
ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) – ମହାମହିମା ରାଷ୍ଟ୍ରପତିଙ୍କ ଉପରେ କଂଗ୍ରେସ ନେତ୍ରୀ ସୋନିଆ ବିବାଦୀୟ ମନ୍ତବ୍ୟ ଯୋଗୁ ଏବେ ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ଦେଖିବାକୁ ମିଳିଛି ବିକ୍ଷୋଭ l ଏହି ବିକ୍ଷୋଭରେ ସାମିଲ ହେଲେ ବାଙ୍କୀ ଭାରତୀୟ ଜନତା ପାର୍ଟି l ଭାରତୀୟ ଜନତା ପାର୍ଟି ଏକ ଶୋଭାଯାତ୍ରା ବାଙ୍କୀ କଲେଜ ଠାରୁ ବାହାରି ବାଙ୍କୀ ମୁଖ୍ୟ ବଜାର ନୃସିହଁଛକ ପର୍ଯ୍ୟନ୍ତ ଆସିଥିଲା l

ମୁଖ୍ୟ ବଜାର ଠାରେ ଭାରତୀୟ ଜନତା ପାର୍ଟି ସୋନିଆଙ୍କ ମନ୍ତବ୍ୟକୁ ଘୋର ବିରୋଧ କରିଥିଲେ l ଶେଷରେ ସୋନିଆ ଗାନ୍ଧୀଙ୍କ କୁସପୁତ୍ତଳିକା କରି ଡାହ କରିଲା ଭାରତୀୟ ଜନତା ପାର୍ଟି, ତୁରନ୍ତ ସୋନିଆ କ୍ଷମା ମାଗନ୍ତୁ ବୋଲି ଦାବି କରିଛି, ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ନଗର ସଭାପତି ସଞ୍ଜୟ ରଣା, ସରୋଜ ମତଗଜସିଂ, ଏବଂ ଲୋକସଭା ସାଂସଦ ଙ୍କ ବାଙ୍କୀ NAC ପ୍ରତିନିଧି ସରୋଜ ସାମନ୍ତରା ଙ୍କ ନେତୃତ୍ୱ ରେ ଶତାଧିକ ମାତ୍ରାରେ ଭାରତୀୟ ଜନତା ପାର୍ଟି ର କର୍ମୀ ସାମିଲ ହୋଇଛନ୍ତି |
