ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁର ପକ୍ଷରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ

Creat A Revolution
           

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଜେପୁର ଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଟ୍ୟକାର ମାନନୀୟ ଶ୍ରୀଯୁକ୍ତ ମୋହନ ସିଂ କହ୍ନେଇ ଯୋଗଦାନ କରି ମାତୃଭାଷାକୁ ଗୁରୁତ୍ଵ ଦେବା ସହ ଏହାର ସୁରକ୍ଷା କରିବାକୁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଗୁରୁମା ସୁଶ୍ରୀ ମନ୍ଦାକିନୀ ସାହୁ ।

ବିଦ୍ୟାଳୟର ଆଚାର୍ଯ୍ୟ ଶ୍ରୀଯୁକ୍ତ ଉମାକାନ୍ତ ଜାଲ ଅତିଥି ପରିଚୟ କରିଥିଲେ। ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୈରବ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ମାତୃଭାଷା ଦିବସ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading