ପୁଣି ଖୋଲିଲା ନବ ଦାସ ହ-ତ୍ୟା ଡାଏରୀ ଚାଲିଛି IT ରେଡ, ବନ୍ଧା ହେବେ ବିଶାଲ ଓ ଦିପାଲି !

Creat A Revolution
           



ଝାରସୁଗୁଡ଼ା -: ପୁଣି ଖୋଲିଲା ପୂର୍ବତନମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ତଦନ୍ତ ଡାଏରୀ। ପୂର୍ବରୁ ଭିଜିଲାନ୍ସ ଟିମ ନବଙ୍କ ପରିବାର ସଦସ୍ୟଙ୍କୁ ଡକାଇ, ଏହି ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ଗୁଡେଇ ତୁଡେଇ ପ୍ରଶ୍ନ କରିଥିବା ବେଳେ, ଏବେ ଆୟକର ବିଭାଗ କବ୍‌ଜାରେ ନବ ଦାସଙ୍କ ପୁଅ ବିଶାଲ ଦାସ । ବିଶାଲଙ୍କୁ ପଚରାଉଚରା କରୁଛି ଆଇଟି ଟିମ। ଆୟକର ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ବିମାନ ଯୋଗେ ବିଶାଲଙ୍କୁ ଉଠାଇ ଆଣିଛି ସୁଦୂର କୋଲକାତାରୁ ।

ଆଉ ଭୁବନେଶ୍ୱର ଆୟକର ଭବନରେ ସକାଳୁ ସଞ୍ଜ ଯାଏଁ ଜେରା କରିବା ପରେ ଅଧିକ ତଦନ୍ତ ପାଇଁ ବିଶାଲଙ୍କୁ ଝାରସୁଗୁଡ଼ା ଆଣିଛି ଆୟକର ବିଭାଗର ସ୍ପେଶାଲ ଟିମ। ଲଗାତାର ଗତ ୩ଦିନ ଧରି ତଦନ୍ତ କରୁଛି ଆୟକର ବିଭାଗ । ସ୍ୱର୍ଗତ ନବ ଦାସଙ୍କ ବିଭିନ୍ନ ଠିକଣାରେ ଚାଲିଛି ଚଢ଼ଉ । ଏପଟେ ପୁଅ ବିଶାଲଙ୍କୁ ଧରିବାକୁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଖୋଜୁଥିବା ବେଳେ ତାଙ୍କର କୌଣସି ସନ୍ଧାନ ପାଉନଥିଲା ଆୟକର ବିଭାଗ । ଏବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ବିଭିନ୍ନ ଠିକଣା ଉପରେ ଚାଲିଛି ଆୟକର ବିଭାଗର ଚଢ଼ାଉ । ଦିଲ୍ଲୀ, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ସ୍ଥିତ ବିଭିନ୍ନ ଠିକଣାରେ ପହଞ୍ଚି ଛାନଭିନ୍ ଚଳାଇଛି ଆୟକର ବିଭାଗ । ଝାରସୁଗୁଡ଼ାସ୍ଥିତ ବାସଭବନରେ ଗତ ୨ଦିନ ଧରି ଜାରି ରହିଛି ଆଇଟି ରେଡ୍ । ଚଢ଼ାଉରେ ଆୟକର ବିଭାଗର ୧୦ ଜଣ ଅଧିକାରୀ ସାମିଲ ଅଛନ୍ତି । ସେପଟେ ଦ୍ୱିତୀୟ ଦିନରେ ସମ୍ବଲପୁରରେ ଜାରି ରହିଛି ଆଇଟି ରେଡ। ସେହିପରି ସମ୍ବଲପୁରର ବିଭିନ୍ନ ସ୍ଥାନରେ ଥିବା ନବ ଦାସଙ୍କ ଭିନ୍ନ ଭିନ୍ନ ଠିକଣାରେ ପହଞ୍ଚି ଯାଞ୍ଚ କରୁଛି ଆୟକର ବିଭାଗର ଏହି ସ୍ୱତନ୍ତ୍ର ଟିମ ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ହେଉଥିବା ମିଳିଛି ବିଶ୍ୱସ୍ତ ସୂଚନା। ସମ୍ବଲପୁରର ମୋଡ଼ିପଡ଼ାରେ ଥିବା ପୁରୁଣା ବାସଭବନ, ହୋଟେଲ ମାଣ୍ଡାରିନ୍ ଏବଂ ଭାଲୁପାଲିସ୍ଥିତ ଏକ ବାରରେ ଆଇ.ଟି ଟିମ ଚଳାଇଛି ସ୍ୱତନ୍ତ୍ର ଚଢ଼ାଉ । ଗୁରୁବାର ଭୋର ୫ଟାରୁ ଏହି ରେଡ ଆରମ୍ଭ ହୋଇଥିବାବେଳେ ଏଯାବତ ଜାରି ରହିଛି । ସେହିପରି ସୁନ୍ଦରଗଡ଼ ସ୍ଥିତ ସହଯୋଗୀଙ୍କ ଘରେ ବି ଜାରି ରହିଛି ଚଢ଼ାଉ । କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ନେଇ ଚାଲିଛି ଯାଞ୍ଚ । ନବଦାସଙ୍କ ବ୍ୟବସାୟୀ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଟ୍ରାନ୍ସପୋର୍ଟ ଅଫିସରେ ଧସେଇ ପଶିବା ସହ ଚାଲିଛି ତଦନ୍ତ। ସଞ୍ଜୟ ନନ୍ଦଙ୍କ ମିସନରୋଡ଼ସ୍ଥିତ ଅଫିସରେ ବି ଚଢ଼ାଉ କରିଛି ଆୟକର ବିଭାଗ । କୋଇଲା ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍ । ଆଜିଠୁ କିଛି ମାସ ପୂର୍ବରୁ ସଞ୍ଜୟଙ୍କ ଅଫିସରେ ଆୟକର ବିଭାଗ ଏଠାରେ ରେଡ଼ କରିଥିବା ବେଳେ ଏବେ ପୁଣି ହଠାତ ଚଢ଼ାଉକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

କୁହାଯାଉଛି ନବଙ୍କ ପୁଅର ବେନାମୀ କମ୍ପାନୀରେ ସମ୍ପୃକ୍ତ ରହିଛି ସଞ୍ଜୟଙ୍କ ଅନେକ କାରବାର । ଖୁବଶୀଘ୍ର ଏସବୁର ପର୍ଦ୍ଦାଫାସ୍ ହେବା ସହ ସାମ୍ନାକୁ ଆସିବ ସ୍ୱର୍ଗତ ନବ ଦାସଙ୍କ ପ୍ରକୃତ ରହସ୍ୟ । କାରଣ ଆୟକର ବିଭାଗ କବ୍‌ଜାରେ ଏବେ ନବଙ୍କ ପୁଅ ବିଶାଲ ଦାସ । ପଚରାଉଚରାରୁ ସମସ୍ତ ତଥ୍ୟ ସମ୍ନାକୁ ଆସିବ ବୋଲି ଅଶା କରାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଝାରସୁଗୁଡାର ଏହି ବହୁ ଚର୍ଚ୍ଚିତ ତଥା ଲୋମଟାଙ୍କୁରା ହତ୍ୟା ଘଟଣାର, ଅସଲ ମାଷ୍ଟର ମାଇଣ୍ଡ କିଏ, ପ୍ରକୃତ ହତ୍ୟାକାରୀ କିଏ ଓ କୋଉଥିପାଇଁ ଏହି ହତ୍ୟାକାଣ୍ଡ ଘଟିଥିଲା? ସେ ସବୁର ବିଭିନ୍ନ ଦିଗ ଉପରେ ବିଶାଲଙ୍କୁ ପଚରାଉଚରା କରୁଛି ଆୟକର ଟିମ୍ । ହେଲେ ଏହି ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟର ମାଇଣ୍ଡକୁ, ପୋଲିସ ଜାଣିଶୁଣି ଘଣ୍ଟ ଘୋଡାଉଥିବା ବେଳେ, ଅଯଥାରେ ନବ ଦାସଙ୍କ ପରିବାରକୁ ହଇରାଣ କରାଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ମାତ୍ର ବିଳମ୍ବ ହେଲେ ମଧ୍ୟ ଚୋର ଘର ସବୁଦିନ ଅନ୍ଧାର ନଥାଏ । ଏହି ହତ୍ୟାକାଣ୍ଡର ପ୍ରକୃତ ମାଷ୍ଟର ମାଇଣ୍ଡ କିଏ ଦିନେ ନା ଦିନେ ଧରାପଡିବ। ଆଉ ସେଇଦିନ ବିଚ ରାସ୍ତାରେ ତାକୁ କଲର ଧରି ଘୋଷାଡ଼ି ଘୋଷାଡ଼ି ନେଇ ପୋଲିସ ହାଜତରେ ପୁରାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କାରଣ ଧର୍ମର ଯୁଗେ ଯୁଗେ ଜୟ ହୋଇଛି ଓ ଜୟ ହେବ। ଆଉ କିଏ ସେହି ପ୍ରକୃତ ମାଷ୍ଟର ମାଇଣ୍ଡ ଓ ହତ୍ୟାକାରୀ ତାହା ସମୟ କହିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading