ବିବାହ ପୂର୍ବରୁ ନିଜ ଭାବି ସ୍ୱାମୀଙ୍କୁ ଗିରଫ କଲେ ଏହି ମହିଳା ପୋଲିସ, କ’ଣ ରହିଛି ରହସ୍ୟ ଆସନ୍ତୁ ଜାଣିବା

Creat A Revolution
           

ଗୌହ୍ବାଟୀ -: ବିବାହ ସ୍ଥିର ହୋଇଯିବା ପରେ ଝିଅମାନେ ସ୍ବପ୍ନ ଦେଖିବା ଆରମ୍ଭ କରିଦିଅନ୍ତି। ବିବାହକୁ ନେଇ ନାନା ପ୍ରସ୍ତୁତି ଆରମ୍ଭ କରନ୍ତି। ମାତ୍ର ଗୌହାଟୀରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଯେଉଁଠାରେ ଜଣେ ମହିଳା ପୁଲିସ୍‌ ବିବାହ ସ୍ଥିର ହୋଇସାରିବା ପରେ ନିଜ ଭାବି ସ୍ବାମୀଙ୍କୁ ଗିରଫ କରିଛନ୍ତି। ଯୁବକ ଜଣକ ମିଛ ତଥ୍ୟ ଦର୍ଶାଇ ମହିଳାଙ୍କୁ ବିବାହ କରିବା ଯୋଜନା କରୁଥିବା ମହିଳା ସବ୍‌ ଇନ୍‌ସ୍ପେକ୍ଟର ଜଣକ ଜାଣିପାରିବା ପରେ ତାଙ୍କୁ ଗିରଫ କରିଛନ୍ତି। ବୁଧବାର ସଂଧ୍ୟାରେ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିଲା। ଅଦାଲତ ତାପରେ ତାଙ୍କୁ ପୁଲିସ୍‌ ହିରାସତରେ ପଠାଇଥିବା ଜାଣିବାକୁ ମିଳିଛି।

ଏହି ଘଟଣା ଆସାମର ନଗାଓଁ ଜିଲ୍ଲାର। ଅଭିଯୁକ୍ତ କେବଳ ମିଥ୍ୟା କହି ବିବାହ କରିବାର ଯୋଜନା କରିନଥିଲେ, ବରଂ ଲକ୍ଷ ଟଙ୍କା ଠକି କରି ନେଇଥିବା ଅଭିଯୋଗ ଭିତ୍ତିରେ ମହିଳା ସବ୍‌ ଇନ୍‌ସ୍ପେକ୍ଟର ତାଙ୍କୁ ଗିରଫ କରିଛନ୍ତ।ମହିଳା ଓ ତାଙ୍କ ମଙ୍ଗେଦର୍‌ ପ୍ରଥମେ ୨୦୨୧ ମସିହା ଜାନୁଆରି ମାସରେ ପରସ୍ପରଙ୍କୁ ଭେଟିଥିଲେ। ମହିଳାଙ୍କ କହିବାମୁତାବକ ତାଙ୍କୁର ମାଜୁଲିରେ ପୋଷ୍ଟିଂ ସମୟରେ ସେ ଉକ୍ତ ଯୁବକଙ୍କ ସହ ପରିଚିତ ହୋଇଥିଲେ। ଯୁବକ ଜଣକ ତାଙ୍କୁ ଓଏନ୍‌ଜିସିର ଜନସଂପର୍କ ଅଧିକାରୀ ବୋଲି କହିଥିଲେ।

ଦେଖାସାକ୍ଷାତର କିଛି ଦିନ ପରେ ଯୁବକ ଜଣକ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଲେ। ମହିଳା ମଧ୍ୟ ତାଙ୍କ ପ୍ରସ୍ତାବକୁ ସ୍ବୀକାର କରିଦେଲେ। ତା’ପରେ ଉଭୟଙ୍କ ପରିବାର ଲୋକ ମିଳି ସେମାନଙ୍କ ବିବାହ ସ୍ଥିର କରିଦେଲେ। ୨୦୨୨ ନଭେମ୍ବର ସେମାନଙ୍କ ବିବାହ ହେବାକୁ ଥିଲା। ମାତ୍ର ତା’ ପୂର୍ବରୁ ମହିଳା ଯୁବକଙ୍କ ବିଷୟରେ ସତ ଜାଣିଗଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading