ବରଗଡ଼(ନିରଞ୍ଜନ ତ୍ରିପାଠୀ)-:ବରଗଡ଼ ଜିଲ୍ଲା ମେଲ୍ଛାମୁଣ୍ଡା ଥାନା ଅଧୀନ ସାଲେପାଲି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଝିଅର ବାହାଘର ଦିନ ଝିଅର ମା’ଙ୍କୁ କରାଯାଇଛି ବୀଭତ୍ସ ହତ୍ୟା। ବରଯାତ୍ରୀ ଶୋଭାଯାତ୍ରା ବେଳେ ବିବାହ ହେବାକୁ ଥିବା କନ୍ୟାର ମା’ଙ୍କୁ ପିଟିପିଟି ମାରି ଦେଇଛନ୍ତି ଗାଁ ଲୋକ। ମୃତକ ହେଲେ ଯଦୁମଣି ରାଜହଂସଙ୍କ ପତ୍ନୀ କିଶୋରୀ ରାଜହଂସ (୫୦)। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସାଲେପାଲି ଗାଁର କିଶୋରୀ ରାଜହଂସ (୫୦)ଙ୍କ ଝିଅ ରଶ୍ମୀ ରାଜହଂସଙ୍କ ବିବାହ ଉତ୍ସବ ଥିଲା।
ରାତି ପ୍ରାୟ ୧୨ଟାରେ ବରଯାତ୍ରୀ ଆସିଥିଲେ। ଗାଁରେ ଆତବାସଜି ସହିତ ବରଯାତ୍ରରୀ ଶୋଭାଯାତ୍ରା ଚାଲିଥିଲା। ବାଜା, ବାଣ ଓ ଡିଜେ ସଂଗୀତରେ ଗାଁ କମ୍ପି ଉଠୁଥିଲା। ବର ଆସିଥିଲା ନିକଟସ୍ଥ ବଡ଼ମାଳ ଗାଁରୁ। ବରଯାତ୍ରୀମାନେ ଶୋଭାଯାତ୍ରାରେ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ଗାଁର କିଛି ଲୋକ ମଧ୍ୟ ବରଯାତ୍ରୀଙ୍କ ସହିତ ନୃତ୍ୟ କରିଥିଲେ। ଫଳରେ ବରଯାତ୍ରୀ ଓ ଗାଁ ଲୋକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ହୋଇଥିଲା। ଏହି ସମୟରେ କନ୍ୟାଙ୍କ ମା’ କିଶୋରୀ ରାଜହଂସ ଏହାକୁ ଅଟକାଇବାକୁ ଆସିଥିଲେ।
ଏଥିରେ ଉତ୍ତ୍ୟକ୍ତ ହୋଇ ଗାଁର ଯେଉଁ ଲୋକମାନେ ବରଯାତ୍ରୀଙ୍କ ସହିତ ନୃତ୍ୟ କରୁଥି୍ଲେ ସେମାନେ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ କିଶୋରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଖବରପାଇ ପୁଲିସ ଗାଁରେ ପହଞ୍ଚି ଶବ ଜବତ କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ନେଇଥିଲା। ତେବେ ଏହି ଘଟଣାରେ ଏଯାବତ୍ କେହି ଗିରଫ ହୋଇ ନାହାନ୍ତି। କୁହାଯାଉଛି ଯେ କୌଣସି କାରଣକୁ ନେଇ ଗାଁ ଲୋକଙ୍କ ସହିତ କିଶୋରୀଙ୍କ ପରିବାରର ଶତ୍ରୁତ ରହିଥିଲା।
Discover more from odia.bnslive.in
Subscribe to get the latest posts sent to your email.