କାଦୁଅରେ ଫସି ଗଜରାଜ ଗୁରୁତର, ଉଦ୍ଧାର କଲା ବନ ବିଭାଗ

Creat A Revolution
           


କଳାହାଣ୍ଡି (ଜଗୁଲାଲ ମାଝୀ) -:  କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଏକ ଦେଢ଼ ବର୍ଷର ମାଈ ହାତୀ ଛୁଆ ପଡି ଗୁରୁତର ହୋଇଥିବା ସୂଚନା ମିଳିଛି। ଖବର ପାଇ ବନ ବିଭାଗ ଓ ପ୍ରାଣୀ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି ।ପଞ୍ଚତତ୍ୱ ପ୍ରାଇଭେଟ ଲିମିଟେଡ଼ ମାଲିକଙ୍କୁ ଜେଲଦଣ୍ଡ ରାୟ ପ୍ରକାଶ
କଳାହାଣ୍ଡି -: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଥିବା ମୂଷାନାଳ ସେକ୍ସନର ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଏକ ଦେଢ଼ ବର୍ଷର ମାଈ ହାତୀ ଛୁଆ ପଡି ଗୁରୁତର ହୋଇଥିବା ସୂଚନା ମିଳିଛି। ଖବର ପାଇ ବନ ବିଭାଗ ଓ ପ୍ରାଣୀ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି ।

କିଛି ଦିନ ହେଲା ଅଞ୍ଚଳରେ ହାତୀପଲ ରହି ଘର ଦ୍ବାରା ଓ ଫସଲ ନଷ୍ଟ କରୁଥିବା ବେଳେ ଗତ ବୁଧବାର ରାତିରେ ହାତୀପଲ ସହିତ ଏହି ଛୁଆହାତୀ ଆସି ଚାଷ ଜମି କାଦୁଅରେ ପଡି ଉଠିନପାରି ଗୁରୁତର ହୋଇଥିବା ଅନୁମାନ କରାଯାଉଛି। ସିମେଲପଦର ଗାଁ ନିକଟରେ ଥିବା ଜମିରେ ହାତୀ ଛୁଆ ଟିକୁ ଦେଖି ସିମେଲଭଟା ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ।ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ସମେତ ବନବିଭାଗ କର୍ମଚାରୀ ଓ ପ୍ରାଣୀ ବିଭାଗ ପକ୍ଷରୁ ଲାଞ୍ଜିଗଡ ଭି.ଏସ ଜୋସ୍ନାରାଣୀ ସିଂ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରିଛନ୍ତି। ସ୍ୱାସ୍ଥ୍ୟ ଠିକ ପରେ କୁନି ହାତୀ କୁ ଜଙ୍ଗଲ ରେ ଛଡ଼ାଯିବା ନେଇ ସୁଚନା ମିଲିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading