କଳାହାଣ୍ଡି (ଜଗୁଲାଲ ମାଝୀ) -: ବେକାରୀ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ ଦେବା ଆଳରେ ବିଭିନ୍ନ କମ୍ପାନୀ ଖୋଲି ଲକ୍ଷାଧୂକ ଟଙ୍କା ଲୁଟି ନେଉଥିବା ଭକି ଘଟଣା ଅନେକ ସମୟରେସାମ୍ନାକୁ ଆସିଥାଏ।ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାର ଜୁନାଗଡ଼ ସହରର ଫତେନଗର ପଡ଼ାରେ ଏକ ଭଡା ଘରେ ପଞ୍ଚତତ୍ତ୍ବ ପ୍ରାଇଭେଟ ଲିମିଟେଡ଼ ନାଁରେ ଏକ କମ୍ପାନୀ ଖୋଲି ବେକାରୀ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବା ବାହାନାରେ ସେମାନଙ୍କ ଠାରୁ ଟଙ୍କା ନେଇ ଯାଇଥିଲା କମ୍ପାନୀ ମୁଖ୍ୟ ଗୁରୁଦେବ ସେଠ ।
ଏନେଇ ଯୁବକ ଯୁବତୀ ମାନେ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିବା ପରେ କଳାହାଣ୍ଡି ଏସ.ପି ଏକ ସ୍ବତନ୍ତ୍ର ଟିମ ପ୍ରସ୍ତୁତ କରି ଜୁନାଗଡ଼ ରେ ଥିବା କମ୍ପାନୀ କାର୍ଯ୍ୟାଳୟ ରେ ଗତ ୧୦.୦୫.୨୦୨୧ ମସିହାରେ ଚଢ଼ାଉ କରି କମ୍ପାନୀ ମୁଖ୍ୟ ଗୁରୁଦେବ ସେଠ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ସେହି ଘଟଣାର ରାୟ ଦେଇଛନ୍ତି ମାନ୍ୟବର କୋର୍ଟ। ଭବାନୀପାଟଣା SDJM କୋର୍ଟ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତ କମ୍ପାନୀ ମାଲିକ ଗୁରୁଦେବ ସେଠ କୁ ୪ ବର୍ଷ ୬ ମାସ ଶଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହ ୯୦ ହଜାର ଟଙ୍କାର ଜୋରିମାନା ନିର୍ଦେଶକ ଦେଇଛନ୍ତି। ଜୋରିମାନା ଜମା କରିବାରେ ଖୁଲାପ ହେଲେ ଆହୁରୀ ୬ ମାସ କାରାଦଣ୍ଡ ପାଇଁ ମଧ୍ୟ କୋର୍ଟ ନିର୍ଦେଶକ ଦେଇଥିବା ପ୍ରତିପକ୍ଷ ଓକିଲ ସୂଚନା ଦେଇଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.