ପଦ୍ମପୁର (ଜିତୁ ଦାଶ) -: ବର୍ତମାନ ପୌର ନିର୍ବାଚନ କୁ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ପ୍ରଚାର ମୈଦାନରେ ପ୍ରାର୍ଥୀ ତଥା ଦଳ ମାନଙ୍କର ହେବିୱେଟ ମାନେ କସରତ ଆରମ୍ଭ କରି ଦେଇଥିବା ବେଳେ ଆଜି ପଦ୍ମପୁର ବିଜେପି ତରଫରୁ ଏକ ପ୍ରେସ ମିଟ କରାଯାଇଥିଲା ।
ଦଳର ହେବିୱେଟ ନେତା ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୂରୋହିତ ଯୋଗ ଦେଇ ଶାସକ ବିଜୁ ଜନତା ଦଳ ନିର୍ବାଚନ ପୁର୍ବରୁ ଜନମତକୁ ଭୟ କରି ବିଜେପି ର ପ୍ରାର୍ଥି ମାନଙ୍କୁ ଅର୍ଥ ଓ ବାହୁବଳ ଜରିଆରେ ଧମକେଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଚେଷ୍ଟା କରିଥିବା ସିଧା ସଳଖ ଆରୋପ ଲଗେଇବା ସହ ଗତ ୧୫ ବର୍ଷ ଧରି ପଦ୍ମପୁର ଏନ.ଏ.ସିକୁ ବିଜେଡି ଦଖଲ କରି ଆସୁଥିବା ବେଳେ ଅଂଚଳର କୌଣସି ପ୍ରକାରର ବିକାଶ ହୋଇ ନାହିଁ ଯାହାର ପ୍ରଭାବ ଜନମତ ଅନୁଯାୟୀ ଚଳିତ ନିର୍ବାଚନ ରେ ତାଙ୍କୁ ଭୋଗିବାକୁ ପଡିବ ଏଣୁ ସେମାନେ ପ୍ରାର୍ଥୀ ଙ୍କୁ ଜୋର ଜବରଦସ୍ତ ଡରେଇବା ଏବଂ ପ୍ରଲୋଭିତ କରିଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ । ଅନ୍ୟ ପଟେ ବିଜେପି ପ୍ରାର୍ଥିନୀ ରଞ୍ଜୁ ସେଠ ଅଂଚଳ ର ବିକାଶ ଓ ହକ ର ଲଢେଇ ପାଇଁ ନିର୍ବାବନ ଲଢୁଛନ୍ତି ଏବଂ ନିଜ ଆଭିମୁଖ୍ୟ ରୁ ଓହୋରିବେ ନାହିଁ ବୋଲି କହିବା ସହ ଉଚିତ ସମୟରେ ଯେଉଁ ମାନେ ତାଙ୍କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ଧମକେଇବାକୁ ଆସିଥିଲେ ସେମାନଙ୍କ ନା କହିବେ ବୋଲି ମତ ବ୍ୟକ୍ତ କରିଛନ୍ତି । ଦେଖିବା ବାକି ରହିଲା ଆଗାମୀ ଦିନ ରେ ପଦ୍ମପୁର ଅଞ୍ଚଳବାସୀ କାହାକୁ ନିଜର ପ୍ରତିନିଧି ହିସାବରେ ଗ୍ରହଣ କରିବେ ଏବଂ ପଦ୍ମପୁର ଏନ.ଏ.ସି ର ବିକାଶ କେତେ ଅଗ୍ରଗଣ୍ୟ ହେବ।
Discover more from odia.bnslive.in
Subscribe to get the latest posts sent to your email.