କିଡିନ୍ ଆକ୍ରାନ୍ତଂକୁ ସହାୟତାର ହାତ ବଢାଇଲା ସାମାଜିକ ଯୁବ ସଂଗଠନ

Creat A Revolution


ଦଶପଲ୍ଲା -: ଦଶପଲ୍ଲା ବ୍ଳକ ଘୁଗୁଡିପଡା ପଞ୍ଚାୟତ ର ମର୍ଦ୍ଦlବାଡ଼ି ଗ୍ରାମ ର କିଡିନ୍ ରୋଗରେ ଆକ୍ରାନ୍ତ ତଥା ଶଜ୍ୟାସାୟୀ ବିଶ୍ବନାଥ ନାୟକଙ୍କୁ ସହାୟତାର ହାତ ବଢାଇଛି ସାମାଜିକ ଯୁବ ସଂଗଠନ, ଖଣ୍ଡଗିରି। ଆଜି ସଂଗଠନର କର୍ମକର୍ତ୍ତାଗଣ ବିଶ୍ବନାଥଂକ ଘରେ ପହଞ୍ଚି ଚୁଡା, ଚାଉଳ ସମେତ ବିଭିନ୍ନ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି ଯାହାକୁ ନେଇ ପରିବାର କିଛି ମାତ୍ରାରେ ସାନ୍ତ୍ବନା ପାଇପାରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଣ୍ଡ ଗୁଞ୍ଜିବାକୁ ବିଶ୍ଵନାଥ ଙ୍କ ର ଛପର ବିହୀନ ଭଙ୍ଗାଘର ଖଣ୍ଡିକ ଖରା ବର୍ଷା ଶୀତ କାକରରେ ତାଂକୁ ଆଶ୍ରୟ ଦେଇଛି l

ଦୁଇ ପୁଅ ବିଜୟ (୪୨)ଓ ସଞ୍ଜୟ (୨୭) ଦିନ ମଜୁରିଆ। ବିଶ୍ଵନାଥ ଙ୍କୁ ୨୦୧୯ ମସିହାରେ ହଠାତ୍ କିଡ଼ନୀ ରୋଗ ଆକ୍ରାନ୍ତ କଲା l ଦଶପଲ୍ଲା, ନୟାଗଡ଼, ଭୁବନେଶ୍ବର ଏପରିକି କଟକ ଚିକିତ୍ସା ପାଇଁ ଯାଇ ଘରେ ଯାହା ଥିଲା ସବୁ ସରିଗଲା l ହେଲେ ସ୍ୱାସ୍ଥ୍ୟ ର ଉନ୍ନତି ହେଲା ନାହିଁ l ଚିକିତ୍ସା ର ଆବଶ୍ୟକତା ଥିଲେ ମଧ୍ଯ ଅର୍ଥାଭାବ ରୁ ଭାଗ୍ୟ କୁ ଆଦରି ଯନ୍ତ୍ରଣା ମଧ୍ଯ ରେ ଭଙ୍ଗା କୁଡିଆରେ ଭାଗ୍ୟକୁ ଭରସା କରି ପଡି ରହିଛନ୍ତି l ଅନ୍ୟପକ୍ଷରେ ପତ୍ନୀ ଉମା ଦେଇ ମଧ୍ଯ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଗୋଟିଏ ଆଖି ରୁ ଦ୍ରୁଶ୍ୟ ଶକ୍ତି ହରାଇ ସାରିଲେଣି l

ଦଳିତ ପରିବାର ଉପରେ ଗୋଟିଏ ପରେ ଗୋଟିଏ ଦୁଃଖ ବୋଝ ଉପରେ ନଳିତା ବିଡା ପରି ମାଡି ବସିଛି l ସରକାରୀ ସହାୟତା ମିଳିଲେ ବିଶ୍ଵନାଥ ଙ୍କ ଭାଗ୍ୟ ରେ ଅନେକ ପରିବର୍ତ୍ତନ ହୋଇପାରନ୍ତା କାରଣ ଚିକିତ୍ସା ଏବେ ଅର୍ଥାଭାବରୁ ଠପ୍ ହୋଇଯାଇଛିl ଅନ୍ୟ ପକ୍ଷରେ ପୁଅ ବିଜୟ ବାପା ଙ୍କ ଚିକିତ୍ସା ପାଇ ଆର୍ଥିକ ସହାୟତା ନିମନ୍ତେ ଆକୁଳ ନିବେଦନ କରିଛନ୍ତି l ପ୍ରଶାସନ ବିଶ୍ବନାଥନଙ୍କ ପାଖରେ କେବେ ପହଞ୍ଚି ସହାୟତାର ହାତ ବଢାଇବ ତାକୁ ପରିବାର ଚାତକ ଭଳି ଚାହିଁ ରହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!