ନୂଆଦିଲ୍ଲୀ -: ବହୁଦିନ ଧରି ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ସୁପ୍ରିମକୋର୍ଟ । ବଡ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଜନସ୍ୱାର୍ଥ ମାମଲାରେ ହାରିଯିବା ପରେ ପୁରୀ ସାଂସଦ ପିନାକି ମିଶ୍ର ଟିଭି ଡିବେଟ୍ ଛାଡି ଆଇନ ତିଆରି କରନ୍ତୁ ବୋଲି ତାତ୍ସଲ୍ୟ କରିଛନ୍ତି । ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଆଇନଜୀବୀ ପିନାକୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସବୁ ବିବାଦର ଅନ୍ତ ଘଟାଇଛନ୍ତି ସୁପ୍ରିମ୍କୋର୍ଟ । ବିନା ASI ସହମତିରେ ଆମେ କିଛି କାମ କରିପାରିବୁନି। ମହାପ୍ରଭୁଙ୍କ କାମ ମହାପ୍ରଭୁ କରାଇଛନ୍ତି । ପ୍ରକଳ୍ପକୁ ନେଇ ବହୁ ଦିନ ଧରି ତମ୍ବିତୋଫାନ ଚାଲିଥିଲା। ହୀନ ରାଜନୀତିର ଅବସାନ ହେବା ଉଚିତ୍ ବୋଲି ସେ କହିଛନ୍ତି।
ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍ କରି ଦାଏର କରାଯାଇଥିବା ଦୁଇଟି ପିଟିସନ୍ଙ୍କୁ ଆଜି ସୁପ୍ରିମ୍ କୋର୍ଟ ରଦ୍ଦ କରି ଦେଇଛନ୍ତି । ଏହି ପିଟିସନ୍ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ୱାର୍ଥ ବିରୋଧୀ ବୋଲି କହି ଅଦାଲତ୍ ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି । ଖଣ୍ଡପୀଠ କହିଛନ୍ତି- ନିକଟ ଅତୀତରେ ଜନସ୍ୱାର୍ଥ ମାମଲା ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ସେଥିରୁ ଅନେକ ପିଟିସନ୍ ହୁଏ ତ ପ୍ରଚାର କେନ୍ଦ୍ରିକ ଅଥବା ବ୍ୟକ୍ତିଗତ ସ୍ୱାର୍ଥ ବିଜଡ଼ିତ । ଅଦାଲତଙ୍କ ସମୟ ନଷ୍ଟ କରୁଥିବାରୁ ଆମେ ଏଭଳି ପିଟିସନ୍ ଦାଏର ପ୍ରଥାକୁ ଅଗ୍ରାହ୍ୟ କରୁଛୁ । ତେଣୁ, ଏଭଳି ପିଟିସନ୍ଗୁଡ଼ିକୁ ମୂଳରୁ ନିପାତ କଲେ ମାମଲା ଆଗକୁ ବଢ଼ି ପାରିବ ନାହିଁ । ଅଦାଲତ କହିଲେ ଯେ, ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକଳାପ ଜନସାଧାରଣଙ୍କ ସୁବିଧା ନିମନ୍ତେ ଅତ୍ୟାବଶ୍ୟକ । ସେସବୁ ‘ପ୍ରାଚୀନ ସ୍ମାରକୀ ଓ ପତ୍ନତାତ୍ତ୍ୱିକ ସ୍ଥଳୀ ଓ ଅବଶେଷ ଆଇନ୍ ୧୯୫୮’ ଅନୁଯାୟୀ କରାଯାଉଛି । ଏହାଛଡ଼ା, ମନ୍ଦିର ପ୍ରଶାସନ ନିମନ୍ତେ ପୂର୍ବରୁ ସୁପ୍ରିମ୍ କୋର୍ଟ ଜାରି କରିଥିବା ନିର୍ଦେଶମତେ ମଧ୍ୟ ଏହା ଚାଲିଛି ।
ସୂଚନାଥାଉ କି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ପ୍ରସଙ୍ଗକୁ ନେଇ ଜଷ୍ଟିସ୍ ବି.ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଗତକାଲି ମାମଲାର ଶୁଣାଣି କରିଥିଲେ । ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ । ଏହାସହ ରାୟ ସଂରକ୍ଷିତ ରଖିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଏହି ଶୁଣାଣି ହୋଇଥିଲା । ଓଡ଼ିଶା ହାଇକୋର୍ଟଙ୍କ ମେ ୯, ୨୦୨୨ ଆଦେଶ ବିରୋଧରେ ଏହି ଦୁଇ ପିଟିସନ୍ ଦାୟର ହୋଇଥିଲା ।
Discover more from odia.bnslive.in
Subscribe to get the latest posts sent to your email.