କିଡନି ରୋଗର ଅସହ୍ୟ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ସ୍ବାମୀ ସ୍ତ୍ରୀ

Creat A Revolution
           

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଙ୍କଡପାଳ ଗ୍ରାମରେ ଆଜି ସକାଳେ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି।

ଘରେ ଦଉଡ଼ି ଦେଇ ଦମ୍ପତି ଆତ୍ମହତ୍ୟା କରିଛନ୍ତି। ମୃତ ଦମ୍ପତି ସ୍ବାମୀ ବିଶିକେଶନ ସାହୁ ଏବଂ ସ୍ତ୍ରୀ ମାମାଲି ସାହୁ ବୋଲି ଜଣାପଡିଛି। ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହ ଘରଛାତ ଉପର ଏକ ଆଜବେଷ୍ଟ ଘରୁ ଉଦ୍ଧାର ହୋଇଛି। ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ହାତ ଉଧାରି, ଋଣ ବୋଝ ଏବଂ କିଡନି ରୋଗର ଅସହ୍ୟ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading