ଟିକେଟ୍ କରିଥିଲେ ବି ବାରବାଟୀରେ ଖେଳ ଦେଖିପାରିବେନି ଦର୍ଶକ, ଆସିଲା ଏଭଳି ନିୟମ : ନଜର ରଖିବେ K-9 ସ୍କ୍ଵାର୍ଡ

Creat A Revolution
           
Seating capacity of Barabati Stadium: Barabati Stadium Cuttack boundary  length for IND vs SA 2nd T20I - The SportsRush

କଟକ -: ବାରବାଟୀ ବ୍ୟାଟଲ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ପିଚ୍‌ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ୧୨ ତାରିଖରେ ମ୍ୟାଚ ପାଇଁ କାଲି ଉଭୟ ଦଳର ଖେଳାଳି ଷ୍ଟାଡିୟମରେ କରିବେ ପ୍ରାକ୍‌ଟିସ୍‌। ଏହା ପୂର୍ବରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି। ତାଙ୍କ ସହ ପୋଲିସ କମିଶନର, ଡିସିପି, ଜିଲ୍ଲାପାଳ ଓ ସିଏମସି କମିଶନର ଷ୍ଟାଡିୟମ ବୁଲି ତଦାରଖ କରିଛନ୍ତି। ସୁରକ୍ଷା ପାଇଁ ପୋଲିସ ମୁଖ୍ୟାଳୟ ପକ୍ଷରୁ ଆବଶ୍ୟକ ଅତିରିକ୍ତ ପୋଲିସ ଫୋର୍ସ ଯୋଗାଇ ଦିଆଯିବ। ବାରବାଟୀ ମ୍ୟାଚ ପାଇଁ କଟକରେ ୬୨ ପ୍ଲାଟୁନ ପୋଲିସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ବିନା ମାସ୍କରେ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ମନା।

୨୦ ହଜାରରୁ ଅଧିକ ବାଇକ୍‌ ପାର୍କିଂ ପାଇଁ ହୋଇଛି ବ୍ୟବସ୍ଥା। ଏଥିପାଇଁ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯାଇଛି। ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ସୁରକ୍ଷା କର୍ମଚାରୀ ନୁହନ୍ତି, ମ୍ୟାଚ ବେଳେ ଷ୍ଟାଡିୟମ ଉପରେ K-9 ସ୍କ୍ଵାର୍ଡର ସଦସ୍ୟ ବି ସତର୍କ ଦୃଷ୍ଟି ରଖିବେ। ଆଜି ଷ୍ଟାଡିୟମରେ ମକଡ୍ରିଲ କରିଛି K-9 ସ୍କ୍ଵାର୍ଡ। କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀକୁ ଖୋଜି ବାହାର କରିବା ପାଇଁ ସେମାନେ ସ୍ୱତନ୍ତ୍ର ତାଲିମ ନେଇଛନ୍ତି।

ଅନ୍ୟପଟେ ବାରବାଟୀ ଟି ଟେ୍ଵଣ୍ଟି ପାଇଁ ଫ୍ୟାନଙ୍କ ମଧ୍ୟରେ ପ୍ରବଳ କ୍ରେଜ୍‌। ଅନଲାଇନରେ ଟିକେଟ କାଟିଥିବା ଦର୍ଶକ ଷ୍ଟାଡିୟମ କାଉଣ୍ଟରରୁ ଟିକେଟ ସଂଗ୍ରହ କରିଛନ୍ତି। ଏଥିପାଇଁ ଲାଗିଥିଲା ଲମ୍ବା ଲାଇନ୍‌। ମ୍ୟାଚ ଦେଖିବାକୁ ଭିଆଇପି, ଭିଭିଆଇପି ଓ ଫ୍ୟାନ ଆସିବେ। ଏଥିପାଇଁ ଷ୍ଟାଡିୟମରେ ବ୍ୟାପକ ବ୍ୟବସ୍ଥା ହୋଇଛି। ମ୍ୟାଚ୍‌ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳି ନଥିବା କଟକ ଜିଲ୍ଲାପାଳ କହିଛନ୍ତି। ତେବେ ଏଥର ନୂଆ ଏଲ୍‌ଇଡି ଫ୍ଲଡ ଲାଇଟ୍‌ରେ ବାରବାଟୀରେ ମ୍ୟାଚ୍‌ ଖେଳାଯିବ। ୨୦ ବର୍ଷର ପୁରୁଣା ଲାଇଟକୁ ବଦଳାଇ ୧୨ କୋଟି ଟଙ୍କା ବ୍ୟୟରେ ଏଲଇଡି ଲଗାଇଛି ଓସିଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading