ଯୋଗିନୀ ଏକାଦଶୀ ବ୍ରତ କରନ୍ତୁ , ଆସନ୍ତୁ ଜାଣିବା ଏହି ବ୍ରତର ମାହାତ୍ମ୍ୟ

Creat A Revolution
           

ଯୋଗିନୀ ଏକାଦଶୀ ଶୁଭ ମୁହୂର୍ତ୍ତ

ଯୋଗିନୀ ଏକାଦଶୀ ଶୁକ୍ରବାର ୨୪ ଜୁନ୍‌କୁ ପଡୁଛି। ଏକାଦଶୀ ବ୍ରତ ଆରମ୍ଭ ୨୩ ଜୁନ୍‌ ରାତି ୯ଟା ୪୧ ମିନିଟରୁ କରିବାକୁ ହେବ। ଯାହା ୨୪ ଜୁନ୍‌ ରାତି ୧୧ଟା ବାଜି ୧୨ ମିନିଟରେ ସମାପ୍ତ ହେବ।

ହିନ୍ଦୁ ଧର୍ମ କ୍ୟାଲେଣ୍ଡର ଅନୁସାରେ ଆଷାଢ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଯୋଗିନୀ ଏକାଦଶୀ ବ୍ରତ ରଖଯାଏ। ମାନ୍ୟତା ଅନୁଯାୟୀ ଯୋଗିନୀ ଏକାଦଶୀ ବ୍ରତ କରିବା ଦ୍ୱାରା ସବୁଥିରୁ ମୁକ୍ତି ମିଳିଥାଏ। ଏହି ବ୍ରତରେ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ। ପୂଜା କରିବା ସମୟରେ ଯୋଗିନର ଏକାଦଶୀ ବ୍ରତ କଥା ନିଶ୍ଚିତ ଭାବେ ପଢନ୍ତୁ। ଏହି ବ୍ରତ କଥା ପଢିବା ଏବଂ ଶୁଣିବା ଦ୍ୱାରା ସମସ୍ତ ପାପ ନାଶ ହୁଏ। ପୌରାଣିକ ଧାର୍ମିକ କଥା ଅନୁସାରେ ଏହି ଦିନ ବ୍ରତ ରଖିବା ଦ୍ୱାରା କୁଷ୍ଠ ରୋଗରୁ ମୁକ୍ତି ମିଳିଥାଏ।

Lord Vishnu Puja Today

ଯୋଗିନୀ ଏକାଦଶୀ ବ୍ରତ କଥା

ସ୍ୱର୍ଗର ଅଳକାପୁରୀ ନାମକ ନଗରୀରେ ଶିବ ଉପାସକ କୁବେର ନାମକ ରାଜା ରହୁଥିଲେ। ପୂଜା ପାଇଁ ହେମ ନାମକ ମାଳି ପ୍ରତିଦିନ ଫୁଲ ନେଇ ଯାଇଥାନ୍ତି। ଥରେ ହେମ ନିଜ ପତ୍ନୀ ବିଶାଲାକ୍ଷୀଙ୍କୁ ମାନସରୋବରରେ ସ୍ନାନ କରିବା ସମୟରେ ଦେଖି କାମୁକ ହୋଇଗଲେ ଏବଂ ଆଉ ଫୁଲ ନେଇ ଯିବାରେ ବିଳମ୍ବ କରିଦେଲେ। ଯାହା ଯୋଗୁଁ ରାଜା କ୍ରୋଧିତ ହୋଇ ହେମଙ୍କୁ ଅଭିଶାପ ଦେଇଥିଲେ।ରାଜା କୁବେର ହେମ ମାଳିଙ୍କୁ କହିଥିଲେ, ତୁ କାମ ବାସନରେ ଭଗବାନ ଶିବଙ୍କୁ ଅନାଦର କରିଛୁ।

ଆଉ ମୁଁ ତୋତେ ଅଭିଶାପ ଦେଉଛି କି, ତୁ ସ୍ତ୍ରୀ ବିୟୋଗ ସହିବୁ ଏବଂ ମୃତ୍ୟୁଲୋକ ଯାଇ କୁଷ୍ଠ ରୋଗରେ ପୀଡିତ ହେବୁ। କୁବେରଙ୍କ ଅଭିଶାପରେ ହେମର ସ୍ୱର୍ଗରୁ ପତନ ହୋଇ ପୃଥିବୀ ପୃଷ୍ଠକୁ ପଡିଥିଲେ। ପୃଥିବୀ ପୃଷ୍ଠରେ ହେମଙ୍କ ଶରୀର କୁଷ୍ଠ ରୋଗରେ ପୀଡିତ ହେଲା ଏବଂ ସେ ଅନେକ ଦିନ ପର୍ଯ୍ୟନ୍ତ କଷ୍ଟ ଭୋଗିଲେ। ଥରେ ମାର୍କଣ୍ଡ ଋଷି ଆଶ୍ରମ ଯାଇଥିଲେ। ସେଠାରେ ହେମକୁ ଦେଖି ଋଷି କହିଥିଲେ, ତୁ କ’ଣ ପାପ କରିଥିଲୁ କି, ତୋର ଏପରି ଅବସ୍ଥା ହୋଇଗଲା। ହେମ ମାଳି ପୁରାକଥା କହିଥିଲେ। ଋଷି ହେମଙ୍କର ସବୁ ବ୍ୟଥା ଶୁଣି ଯୋଗିନୀ ଏକାଦଶୀ ବ୍ରତ କରିବା ପାଇଁ କହିଥିଲେ। ହେମ ମାଳି ବିଧିପୂର୍ବକ ଯୋଗିନୀ ଏକାଦଶୀ ବ୍ରତ କରିଥିଲେ। ଏହି ବ୍ରତ କରିବା ଦ୍ୱାରା ହେମ କୁଷ୍ଠ ରୋଗରୁ ମୁକ୍ତି ପାଇଁ ନିଜର ପୁରୁଣା ରୂପକୁ ଫେରିଥିଲେ ଏବଂ ପତ୍ନୀଙ୍କ ସହିତ ସୁଖ ଜୀବନଯାପନ କଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading