ଅଭିନେତ୍ରୀ ସ୍ୱାତୀ ସତୀଶଙ୍କ ଦାନ୍ତ ଅସ୍ତ୍ରୋପଚାର କରିବା ପଡିଲା ମହଙ୍ଗା …

Creat A Revolution
           

ବେଳେବେଳେ ଟିଭି ଅଭିନେତ୍ରୀମାନଙ୍କ ପାଇଁ କସମେଟିକ୍ ସର୍ଜରୀ ସାଂଘାତିକ ପ୍ରମାଣିତ ହୋଇଥାଏ। ଚଳିତ ବର୍ଷ ମେ ମାସରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅସ୍ତ୍ରୋପଚାର ସମୟରେ ଅବହେଳା ହେତୁ ଛୋଟ ପରଦାରେ ଅଭିନେତ୍ରୀ ଚେତନା ରାଜଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ କନ୍ନଡ଼ ଅଭିନେତ୍ରୀ ସ୍ୱାତୀ ସତୀଶଙ୍କ ସହ କିଛି ଅଲଗା ହିଁ ଘଟିଛି । ସ୍ୱାତୀ ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୁଟ କେନାଲ ସର୍ଜରୀ କରିଥିଲେ । ହେଲେ ଆହୁରି ସୁନ୍ଦର ହେବା ବଦଳରେ ସ୍ୱାଥୀଙ୍କ ମୁହଁ ବିକୃତ ହୋଇ ପଡ଼ିଛି। ସର୍ଜରୀର ସାଇଟ ଇଫେକ୍ଟ ଯାହା ଚାରିଦିନ ପରେ ଭଲ ହୋଇଯିବ ବୋଲି ଡ଼ାକ୍ତର ପରାମର୍ଶ ଦେଇଥିଲେ ।

ହେଲେ ପ୍ରାୟ ୨୦ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ମୁହଁରେ କୈାଣସି ସୁଧାର ଆସି ନାହିଁ । ଅଧିକରୁ ଅଧିକ ବିକୃତି ଦିଶୁଛି କନ୍ନଡ଼ ଅଭିନେତ୍ରୀ ସ୍ୱାତୀ ସତିଶଙ୍କ ମୁହଁ। ବର୍ତ୍ତମାନ ସ୍ୱାତୀ ସତୀଶଙ୍କ ଖରାପ ଚେହେରାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କର ଚେହେରାର ଅବସ୍ଥା ଏଭଳି ଖରାପ ହୋଇଛି ତାହା ଫଟୋରେ ହିଁ ଜଣାପଡ଼ୁଛି । ରିପୋର୍ଟ ଅନୂଯାୟୀ ତାଙ୍କୁ ଆନାସ୍ଥେସିଆ ବଦଳରେ ଡାକ୍ତର ସେଲିସିକ୍ଲିକ ଏସିଡ୍ ଦେଇଥିଲେ । ଏକ କନ୍ନଡ଼ ନ୍ୟୁଜ୍ ଚ୍ୟାନେଲ୍ ଅନୂଯାୟୀ ସ୍ୱାତି ସତୀଶ କ୍ଲିନିକରେ ମେଡିକାଲ ଅବହେଳା ଯୋଗୁଁ ଏପରି ଘଟିଛି ।

ସ୍ୱାତୀ କହିଛନ୍ତି ଯେ ଡାକ୍ତର ତାଙ୍କୁ ଭୁଲ ସୂଚନା ଦେଇଥିଲେ ଏବଂ ଏବେ ସେ କ୍ଲିନିକ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । ସ୍ୱାତୀ କହିଛନ୍ତି ଯେ ଏହି କାରଣରୁ ତାଙ୍କ ଫିଲ୍ମ କ୍ୟାରିୟର ଉପରେ ପ୍ରଭାବ ପଡ଼ିଛି । ତାଙ୍କର ଏକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି କିନ୍ତୁ । ସେହି ଏହି ଅବସ୍ଥା ଯୋଗୁଁ ବାହାରକୁ ବାହାରି ପାରୁନାହାଁନ୍ତି ଏବଂ ତାଙ୍କ ଫିଲ୍ମର ପ୍ରମୋଶନ କରିପାରୁନାହାଁନ୍ତି । କୁହାଯାଉଛି ଏବେ ସେ ତାଙ୍କ ଚେହେରାର ଚିକିତ୍ସା ଅନ୍ୟ ମେଡିକାଲ କ୍ଲିନିକରେ କରୁଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ କନ୍ନଡ଼ ଅଭିନେତ୍ରୀ ଚେତନା ରାଜ୍ ନିଜର ଭୁଲ୍ ଫ୍ୟାଟ ରିମୁଭାଲ ସର୍ଜରୀ ଯୋଗୁଁ ପ୍ରାଣ ହରାଇଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading