ଜଗତସିଂହପୁରରେ ୮ ଜଣ ପରିବେଷବିତଙ୍କୁ ପ୍ରକୁତିବନ୍ଧୁ ପୁରସ୍କାର ପ୍ରଦାନ

Creat A Revolution
           

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ 2021/22 ଆର୍ଥିକ ବର୍ଷ ନିମନ୍ତେ୮ଟି ବ୍ଲକ ରୁ ୮ ଜଣ ପରିବେଷବିତଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି | ଏହି ଉପଲକ୍ଷେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉଛବରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା |

ମୁଖ୍ୟ ବକ୍ତା ଭାବେ ପରିବେଷବିତ ଉତ୍କଳ ରଞ୍ଜନ ମହାନ୍ତି, ଜ଼ିଲ୍ଲା ବିଜ୍ଞାନ ପରିଦର୍ଶନ ଜୀବନ କୁମାର ସାହୁ ପ୍ରମୁଖ ଯୋଗଦେଇ ଜଗତସିଂହପୁର ବ୍ଲକ ନିମନ୍ତେ ବିଜୟା ଲକ୍ଷ୍ମୀ ମହାପାତ୍ର , ରଘୁନାଥପୁର ବ୍ଲକ ନିମନ୍ତେ ପରିବେଶବିତ ସରିତ କୁମାର ମହାପାତ୍ର , ବାଲିକୁଦା ବ୍ଲକ ନିମନ୍ତେ ସ୍ମିତା ଦାଶ, ବିରିଡି ବ୍ଲକ ନିମନ୍ତେ ଗୟାଧର ମହାନ୍ତି, ଏରସମା ବ୍ଲକ ନିମନ୍ତେ କୈଳାସ ଚନ୍ଦ୍ର ପରିଡା, କୁଜଙ୍ଗ ବ୍ଲକ ନିମନ୍ତେ ଡା. ସୂର୍ଯ୍ୟମଣୀ ନାୟକ, ନାଉଗାଁ ବ୍ଲକ ନିମନ୍ତେ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ତ୍ରିତୋଲ ବ୍ଲକ ନିମନ୍ତେ ପ୍ରଦୀମ୍ନ ରଥ ପ୍ରମୁଖଙ୍କୁ ପ୍ରକୁତିବନ୍ଧୁ ପୁରସ୍କାର ସ୍ୱରୂପ ମାନପତ୍ର | ଉପଢୌକନ, ନଗଦ ଦଶ ହଜାର ଟଙ୍କା ଆର୍ଥିକ ପ୍ରୋଛାହନ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ |


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading