ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତିକରଣ କାର୍ଯ୍ୟ ପରିଚାଳନା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ପୁରାତନ ଛାତ୍ର ସଂସଦ ସଭାଗୃହ ରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି | ଏହି ପ୍ରସ୍ତୁତି ବୈଠକ ରେ ମୁଦୁପୁର ପଞ୍ଚାୟତ ସମିତି ସଭ୍ୟା ମୌସୁମୀ ବାରିକ | ଅଭିଭାବକ କମିଟି ସଭାପତି ନରେନ୍ଦ୍ର ଚନ୍ଦ, ନ୍ୟାୟବ ସରପଞ୍ଚ ବନଲତା ପରିଡା, ପୂର୍ବତନ ସରପଞ୍ଚ ତଥା ବରିଷ୍ଟ ଆଇନୀଜୀବୀ ସୁର ପ୍ରସାଦ ବାରିକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା ସୁରପ୍ରଭା ସ୍ୱାଇଁ, ପୁରାତନ ଛାତ୍ର ସଂସଦ ସଭ୍ୟ ଜ୍ୟୋତି ରଞ୍ଜନ ପରିଡା ପ୍ରମୁଖ ଯୋଗଦେଇଥିଲେ | ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟରେ ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ କୁ 5ଟି ରୂପାନ୍ତରିତ କାର୍ଯ୍ୟକ୍ରମ ରେ ସାମିଲ କରିଥିବା ରୁ ଏହି ବୈଠକରେ ରାଜ୍ୟ ସରକାର ଏବଂ ଜ଼ିଲ୍ଲା ପ୍ରଶାସନ କୁ ସମସ୍ତ ସଦସ୍ୟ କୃତଜ୍ଞତା ଜଣାଇଥିଲେ |
ସିଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ବୈଠକ
Creat A Revolution