ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ …

Creat A Revolution
           

ମାଲକାନଗିିରି -: ସାରା ରାଜ୍ୟରେ ଆଜି ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ଚାଲିଥିବା ବେଳେ ମାଲକାନଗିିରି ଜିଲ୍ଲାରେ ମଧ୍ୟ ୩ଟି ସେଣ୍ଟରରେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ ହେଉଛି। ଯାହା ଶୁଣା ଯାଉଛି ଏହି ଓଟିଇଟି ପରୀକ୍ଷା ପାଇଁ ଶିକ୍ଷକମାନେ ୫ ହଜାର ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି।

ଏଥିନେଇ ଜିଲ୍ଲା ଶିକ୍ଷାଧିକାରୀ ମାନସରଞ୍ଜନ ଜେନା କହିଛନ୍ତି ଯେ ଏଭଳି କିଛି ଅଭିଯୋଗ ତାଙ୍କ ପାଖରେ ପହଞ୍ଚିନାହିଁ, ଯଦି ସେମିତି କିଛି ହୋଇଥାଏ ତାହେଲେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ କିପରି ଏବଂ କିଏ ଏହି ପ୍ରଶ୍ନକୁ ଲିକ କରିଛି ତାହା ତଦନ୍ତ ସାପେକ୍ଷ। ଅନ୍ୟଦିଗରେ ବିଦ୍ୟାଳୟର କର୍ତ୍ତୃପକ୍ଷ କିନ୍ତୁ ସ୍କୁଲ ଭିତରେ କୌଣସି କପି ହୋଇନଥିବା କହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading