ପାଣିରେ ପଡିଲା ଲକ୍ଷାଧିକ ଟଙ୍କା, ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ଦଲାଲ କଲେ କାମ

Creat A Revolution

ମାଲକାନଗିରି -: ରାଜ୍ୟ ସରକାରଙ୍କର ସହରାଞ୍ଚଳରେ ବାସ କରୁଥିବା ଅସହାୟ ଅବସ୍ଥାରେ ପଡି ରହିଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ କାମ ଯୋଗାଇ ଦେଲେ।କରୋନା ମହାମାରୀ ଯୋଗୁଁ ବହୁ ଲୋକ ପ୍ରଭାବିତ ହେବା ସହ ବିଶେଷ କରି ଶ୍ରମିକ ଶ୍ରେଣୀର ଲୋକେ ପ୍ରଭାବିତ ହୋଇଥିଲେ। ବିଭିନ୍ନ ରାଜ୍ୟରେ କାର୍ୟ୍ୟ କରୁଥିବା ଦାଦନ ଶ୍ରମିକମାନେ ଘର ବାହୁଡା ହେଲେ। ତେବେ ଏଠାରେ ମଧ୍ୟ କାମ ନମିଳିବାରୁ ଲୋକେ ଅତି ଦୟନୀୟ ଭାବେ ରହୁଥିଲେ।ତେବେସରକାରଙ୍କର ଏହି ଯୋଜନାରେ ଲୋକେ ଉପକୃତ ହେବେ ବୋଲି ଯେଉଁ ଆଶା କରାଯାଇଥିଲା। ତାହା ସଫଳ ହୋଇନଥିବା ଦେଖିବାକୁ ମିଳିଥିଲା।ଏହି ଯୋଜନାରେ ମାଲକାନଗିରି ପୌର ପରିଷଦ ଅଧୀନରେ ଜଳ ଅମଳ ପ୍ରକଳ୍ପ ନିର୍ମାଣ ନେଇ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ କାମ ଦିଆଯାଇଥିଲା। ପ୍ରାୟ ୨୫୦ଟି ଜଳ ଅମଳ ପ୍ରକଳ୍ପ(ଡବ୍ଲୁଏଚଏସ) ନିର୍ମାଣ ଅତି ତରବରିଆ ଭାବେ କରାଯାଇଥିଲା।

ଏଥିପାଇଁ ୧ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଗୋଟିଏ ଗୋଟିଏ ଜଳ ଅମଳ ପ୍ରକଳ୍ପ ପାଇଁ ୮୦ ହାରରୁ ୭୦ ହଜାର ଟଙ୍କା ଖର୍ଚ୍ଚା କରାଯାଇଛି। ତେବେ ସେହି ଜଳ ଅମଳପ୍ରକଳ୍ପଗୁଡିକ ଏବେ ହଜିଯାଇଥିବା ଦେଖିବାକୁ ମିଳିଛ। ଏହି ପ୍ରକଳ୍ପଗୁଡିକର ଚିହ୍ନବର୍ଣ୍ଣ ଦିଶୁନାହିଁ। କେବଳ ଟି-ବୋର୍ଡ ଗୁଡିକ ପଡି ରହିଛି। କାରଣ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନାମରେ ଦଲାଲମାନେ ଏହି କାମକୁ ଅତି ନିମ୍ନମାନରେ ତିଆରି କରି ଟଙ୍କା ବିଭାଗୀୟ ଅଧିକାରୀଙ୍କ ସହ ମିଶି ଟଙ୍କା ହଡପ କରିଥିବା କୁହଯାଇଛି।ବିଭାଗୀୟ ଅଧିକାରୀମାନେ ଅତି ତରବରିଆ ଭାବେ ମନଇଛା ଯେଉଁଠି ପାରିଲେ ସେଇଠି ଏହି ପ୍ରକଳ୍ପକୁ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ନେଇ ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି। ଯେଉଁ ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ତାହାର କୌଣସି ସୁଫଳ ମିଳିବ ନାହିଁ ବୋଲି କୁହାଯାଇଛି।

subscribe now

ତେବେ ମୁକ୍ତା ଯୋଜନାରେ ସହରର କାନ୍ଥରେ ରଙ୍ଗ ଦେବା ବା ଚିତ୍ରକଳା କରିବା, ମିନି ପାର୍କ ନିର୍ମାଣ କରିବା, ମିଶନ ଶକ୍ତି ଗୃହ ନିର୍ମାଣ କରିବା, ବର୍ଷା ଜଳ ସଂରକ୍ଷଣ କରିବା, ବିଭିନ୍ନ ସ୍ଥାନରେ ପରିଶ୍ରାଗାର କରିବା, ବଡ ପଖୋରୀ ନିର୍ମାଣ ସହ ପାର୍କର ବ୍ୟବସ୍ଥା କରିବା, ଜିମ କରିବା ଭଳି କାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କାନ୍ଥରେ ଚିତ୍ରକଳା କରିବା ପାଇଁ ଗତ ୨୦୧୯-୨୦ ଏବଂ ୨୦୨୦-୨୧ ବର୍ଷରେ ମୋଟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଛି। ଗୋଟିଏ ଗୋଟିଏ କାନ୍ଥରେ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚା କରାଯାଇଛି। ସେହିପରି ଜିମ ନିର୍ମାଣରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଶିଶୁ ଉଦ୍ୟାନ ପାଇଁ ମଧ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଛି। ବଡ ବଡ ପଖୋରୀ ନିର୍ମାଣ କରିବା ସହ ପାର୍କ ନିର୍ମାଣ ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି।ମିଶନ ଶକ୍ତି ଗୃହ ପାଇଁ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଂକା ଖର୍ଚ୍ଚ କରାଯାଉଛି। ମୁକ୍ତା ଯୋଜନାରେକୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର କୌଣସି ଫାଇଦା ଲୋକେ ପାଇପାରୁନଥିବା ଦେଖିବାକୁ ମିଳିଛି। ତେବେ ବର୍ଷା ଜଳ ସଂରକ୍ଷଣ ପାଇଁ ଯେଉଁ ପିଟ ନିର୍ମାଣ କରାଯାଇଛି ତାହା ମାଟିରେ ମିଶିଯାଇଥିବା ବେଳେ ଏନେଇ ପୌର ପରିଷଦର ନିର୍ବାହୀ ଅଧିକାରୀ ତ୍ରିଶୁଳ ମାରାଡିଙ୍କୁ ପଚାରିବାରୁ ଏହାକୁ ପୁଣି ମାଟି କଢାଯିବ ବୋଲି କହିଥିଲେ। ତେବେ ଏଥିପାଇଁ ପୁଣି ଟଙ୍କା ଖର୍ଚ୍ଚ ହେବ କି ବୋଲି ପଚାରିବାରୁ ସେ ହଁ କହିବା ସହ ସରକାରଙ୍କର ଏଭଳି ନିୟମ ରହିଥିବା ଦୋହରାଇଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!