ଅମ୍ଳାନ ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା

Creat A Revolution
           

ତିଗିରିଆ -: ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ହେବାକୁ ଥିବା ଅମ୍ଳାନ ଯୋଜନା ତଥା ରକ୍ତହୀନତା ରୋଗର ନିରାକରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ର ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିଶ୍ବବିକାଶ ରାଉତରାୟଙ୍କ ତତ୍ୱାବଧାନ ଓ ଡାକ୍ତର ଦୀପକ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ ଆୟୁଷ ଡାକ୍ତର, ସ୍ୱାସ୍ଥ୍ୟ ପରିଦର୍ଶକ, ସମସ୍ତ ଆଞ୍ଚଳିକ ସାଧନ ସଂଯୋଜକ, ସମନ୍ୱିତ ଶିଶୁ ବିକାଶ ଯୋଜନାର ସମସ୍ତ ପରିଦର୍ଶକ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସ୍ୱାସ୍ଥ୍ୟ ବିଭାଗର ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଡାକ୍ତର ଶ୍ରୀ ଜେନା ଓ ଆୟୁଷ ଡାକ୍ତର ମାନେ ପର୍ଯ୍ୟାୟ କ୍ରମେ ରକ୍ତ ହୀନତା ରୋଗର ଲକ୍ଷଣ ଓ ନିରାକରଣ, ରୋଗରେ ପୀଡିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ୬ ମାସରୁ ୫୯ ମାସ ବୟସ ପର୍ଯ୍ୟନ୍ତ ଶିଶୁ,ଅଙ୍ଗନବାଡି ଯାଉଥିବା ଶିଶୁ,ପ୍ରଥମ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ, ଗ୍ରାମା୍ଚଳେ ଥିବା କିଶୋରୀ, ଗର୍ଭବତୀ ମହିଳା ମାନେ ଏହି ରୋଗରେ ପୀଡିତ ହେବାର ସମ୍ଭାବନା ଅଧିକ ଥାଏ ବୋଲି ମତ ଦେଇଥିଲେ।ଏହି ଅବସରରେ ଏହି ରୋଗରେ ପୀଡିତ ମାନଙ୍କର ରୋଗର ପରୀକ୍ଷା, ଚିକିତ୍ସା ଓ ସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏଥିସହିତ ଅମ୍ଳାନ ଯୋଜନାର କିପରି ଭାବେ ସଫଳ ରୂପାୟନ ହୋଇପାରିବ ଏବଂ ଏହାକୁ ସଫଳ କରାଇବା ଦାୟିତ୍ୱ ରେ ଥିବା ବିଭିନ୍ନ ବିଭାଗ ର କର୍ମକର୍ତ୍ତା ଙ୍କ ଦାୟିତ୍ୱ ଓ ସହଯୋଗ ବିଷୟରେ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମ କୁ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ସଞ୍ଜୟ କୁମାର ପରିଡା,ତଥ୍ୟ ପରିଚାଳକ ଶ୍ରୀକାନ୍ତ ମହାପାତ୍ର ଓ ଗୋଷ୍ଠୀ ହିସାବ ରକ୍ଷକ ପ୍ରଦୀପ କୁମାର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading