ବରଗଡ ଜିଲ୍ଲାରେ କେଉଁ ପଞ୍ଚାୟତ ସମିତିରେ କିଏ କିଏ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପଦ ପାଇଲେ ଆସନ୍ତୁ ଜାଣିବା

Creat A Revolution
           

ବରଗଡ(ନିରଞ୍ଜନ ତ୍ରିପାଠି) – ଆମେ କିଛି ଦିନ ତଳେ ପାଇକମାଲ ଅଧ୍ୟକ୍ଷା ପଦବୀ କିଏ ପାଇବ, ବିଧାୟକ କାହାକୁ ବିଚାର କୁ ନେବେ ତାଙ୍କ ସୁଦୃଷ୍ଟି କାହା ଉପରେ ପଡ଼ିବ ଏବଂ ହାତୀ କାହା ମୁଣ୍ଡ ରେ କଳସ ଢାଳିବ ସେ ନେଇ ଏକ ସମ୍ବାଦ ପ୍ରକାଶ କରିଥିଲୁ । କାରଣ ଅଧ୍ୟକ୍ଷା ରେସ ରେ ତିନି ଜଣ ପ୍ରାର୍ଥୀନୀ ଥିଲେ ।ତା ଉପରେ ଆଜି ଜବନିକା ପଡ଼ିଛି । ତ୍ରୀସ୍ତରୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ସକାଶେ ନିର୍ବାଚନ ରଖାଯାଇଥିବାବେଳେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଭାବେ ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ଭାବନା ସିଂ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ସିଂ ହେଉଛନ୍ତି ପାଇକମାଲ ବିଜୁ ଯୁବଜନତା ଦଳ ର ସଭାପତି ଶ୍ରୀଯୁକ୍ତ ଗୈାତମ ସିଂଙ୍କ ଧର୍ମପତ୍ନୀ । ଶ୍ରୀମତୀ ସିଂ ପାଇକମାଲ କେଛୋଦାଦର ଗ୍ରାମ ପଞ୍ଚାୟତ ରୁ ରେକର୍ଡ ସଂଖ୍ୟକ ଭୋଟ ସାଉଁଟି ସମିତି ସଭ୍ୟ ଭାବରେ ନିର୍ବାଚନ ରେ ବିଜୟ ଲାଭ କରିଥିଲେ । ସୂଚନା ଅନୁଯାୟୀ ଆଜି ନିର୍ଦ୍ଧାରିତ ସମୟ ରେ ଶ୍ରୀମତୀ ସିଂ , ନିଜର ପ୍ରସ୍ତାବକ ଓ ସମର୍ଥକ ଶ୍ରୀ ସଞ୍ଜିବ ବରିହା ସମିତି ସଭ୍ୟ କାସଡା ଗ୍ରାମପଞ୍ଚାୟତ, ଶ୍ରୀ ମହେନ୍ଦ୍ର ସିଂ ବରିହା ସମିତି ସଭ୍ୟ ପଲସଦା ଙ୍କ ସହିତ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ର ସମୟ ସକାଳ ୧୦.୩୦ ମିନିଟ ରୁ ୧୧.୩୦ ମିନିଟ ମଧ୍ୟରେ ନିର୍ଦ୍ଧାରିତ ହୋଇଥିଲା । ହେଲେ ଶ୍ରୀମତୀ ସିଂ ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିଲେ ।

ଶ୍ରୀମତୀ ଭାବନା ସିଂ ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷା ପଦରେ ନିର୍ବାଚିତ ହୋଇଥିବାରୁ ,ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀମାନ ବିଜୟ ରଞ୍ଜନ ସିଂ ବରିହା , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ଯୁବନେତା ଭୋଜରାଜ ସିଂ ବରିହା ତଥା ସମସ୍ତ ବିଜୁଜନତା ଦଳ ର କର୍ମୀ ଙ୍କୁ ଆନ୍ତରିକତା ର ସହ କୃତଜ୍ଞତା ଜଣାଇଛନ୍ତି । ସରକାର ଙ୍କ ପ୍ରଚଳିତ ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତରକୁ ପହଞ୍ଚାଇବା ସହିତ ବ୍ଲକର ସର୍ବାଙ୍ଗୀନ ଉନ୍ନତି ଦିଗରେ ସବୁପ୍ରକାର ପ୍ରଚେଷ୍ଟା ଜାରି ରହିବ ବୋଲି ଆମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସିଂ ପ୍ରକାଶ କରିଛନ୍ତି । ଅନ୍ୟପଟେ ବରଗଡ ଜିଲ୍ଲା ରୁ ବରଗଡ଼ ବ୍ଳକ ର ଅଧ୍ୟକ୍ଷା ଭାବେ ନଳିନୀ ପାଣ୍ଡେ, ଅତାବିରା ବ୍ଳକ ଅଧ୍ୟକ୍ଷା ଭାବେ ଗିତାଞ୍ଜଳୀ ନାୟକ,ରାଜବୋଡାସମ୍ବର ବ୍ଳକ ର ଅଧ୍ୟକ୍ଷ ଭାବେ ଶ୍ରୀମାନ ରଞ୍ଜିତ ସିଂ ବରିହା,ଅମ୍ବାଭୋନା ବ୍ଳକ ର ଅଧ୍ୟକ୍ଷ ଭାବେ ଶ୍ରୀମାନ କିର୍ତ୍ତି ଚନ୍ଦ୍ର ଶେଖର ଦୁଆନ ନିର୍ବାଚିତ ହୋଇଥିବାବେଳେ, ଝାରବନ୍ଧ ବ୍ଳକ ରେ ଅଧ୍ୟକ୍ଷା ଭାବେ ଶ୍ରୀମତୀ ଲିପସା ପ୍ରଧାନ, ଭେଡେନ ବ୍ଳକ ର ଅଧ୍ୟକ୍ଷା ଭାବେ ଶ୍ରୀମତୀ ସୁପ୍ରଭା ମହାଲିଙ୍ଗ, ଗାଇସିଲେଟ ବ୍ଳକ ରେ ଅଧ୍ୟକ୍ଷ ଭାବେ ଶ୍ରୀମାନ ପ୍ରଣୟ ସାହୁ, ସୋହେଲା ବ୍ଳକ ର ଅଧ୍ୟକ୍ଷା ଭାବେ ଶ୍ରୀମତୀ ବବି ପ୍ରଧାନ, ଭଟଲି ବ୍ଳକ ର ଅଧ୍ୟକ୍ଷ ଭାବେ ଶ୍ରୀମାନ ନିତ୍ୟାନନ୍ଦ ପ୍ରଧାନ, ବରପାଲି ବ୍ଳକ ର ଅଧ୍ୟକ୍ଷା ଭାବେ ଶ୍ରୀମତୀ ରୀନା ଥଇତ, ବିଜେପୁର ବ୍ଳକର ଅଧ୍ୟକ୍ଷ ଭାବେ ମୋତିରାମ ସାହୁ ନିର୍ବାଚିତ ହୋଇଛନ୍ତି ।ଏଇଠି ସୁଚାଇଦେବାକୁ ଚାହୁଯେ, ବରପାଲି, ବିଜେପୁର ବ୍ଳକ ରେ ନିର୍ବାଚନ ହୋଇଥିବାବେଳେ ଅନ୍ୟ ବ୍ଳକ ରେ ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷ/ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading