ପୁଣି ଖାକି ରେ ଲାଗିଲା କଳଙ୍କ, ଚର୍ଚ୍ଚାରେ କନେଷ୍ଟପଲଙ୍କ ପରକୀୟା ପ୍ରୀତି : ନ୍ୟାୟ ପାଇଁ ଥାନାରେ ଧର୍ମପତ୍ନୀ

Creat A Revolution
           

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି )-: କିଛିଦିନ ତଳେ ଜଣେ ମହିଳା ହୋମଗାର୍ଡ ଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିବା ଅଭଯୋଗ ରେ ଜଣେ ଥାନା ଅଧିକାରୀ ଗିରଫ ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଆଉ ଜଣେ ପୋଲିସ କନେଷ୍ଟପଲ ପାଞ୍ଚଟି ଛୁଆ ଥିବା ଜଣେ ମହିଳାଙ୍କୁ ପ୍ରେମ କରି ନିଜ ବିବାହିତ ସ୍ତ୍ରୀଙ୍କୁ ପ୍ରତାରଣା କରିବା ଘଟଣା ସାରା କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି I ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଶ୍ରୀରାମପୁର ଗାଁ ରେ I ସମ୍ପୃକ୍ତ ପୋଲିସ କନେଷ୍ଟପଲ ଜଣକ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନାରେ କାର୍ଯ୍ୟରତ ଥିବା ବେଳେ ଘଟଣାକୁ ନେଇ କୋଟଗଡ଼ ଥାନାରେ ଏତଲା ଦେଇଛନ୍ତି କନେଷ୍ଟପଳ ଙ୍କ ଧର୍ମପତ୍ନୀ I ସେପଟେ ଘଟଣାକୁ ନେଇ କୋଟଗଡ଼ ଥାନାରେ ମଧ୍ୟ୍ୟ କନେଷ୍ଟପଳ ଙ୍କ ନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି I

ସୂଚନା ଅନୁସାରେ କୋଟଗଡ଼ ଥାନା ଶ୍ରୀରାମପୁର ଗାଁ ର ପୋଲିସ କନେଷ୍ଟପଳ ଭାବରେ କାର୍ଯ୍ୟରତ ଦେବେଶ୍ୱର ନାଏକ ନାମକ ବ୍ୟକ୍ତି ଙ୍କୁ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ଗାଁର ତେଜସ୍ୱନୀ ସିଂ ନାମକ ଜଣେ ମହିଳା ଗତ ପଚିଶ ବର୍ଷ ତଳେ ବିବାହ କରିଥିଲେ I ବର୍ତମାନ ଉଭୟଙ୍କ ଏକ ତେର ବର୍ଷର ଝିଅ ମଧ୍ୟ୍ୟ ଅଛି I ତେବେ ସମ୍ପୃକ୍ତ କନେଷ୍ଟପଲ ଙ୍କ ସ୍ତ୍ରୀ ଙ୍କ ଅଭଯୋଗ କ୍ରମେ ତାଙ୍କ ସ୍ୱାମୀ ଦେବେଶ୍ୱର ନାଏକ ତାଙ୍କ ଝିଅ ଓ ସ୍ତ୍ରୀ ଙ୍କୁ ନିର୍ଯାତନା ଦେଇଆସୁଥିବା ବେଳେ ସେ କୁଆଡେ ତାଙ୍କ ଜଣେ ପଡୋଶୀ ମହିଳା ଯାହାଙ୍କର ପାଞ୍ଚଟି ସନ୍ତାନ ଅଛନ୍ତି ତାଙ୍କୁ ପ୍ରେମ କରି ଅଲଗା ରହୁଅସୁଛନ୍ତି I ଅନ୍ୟପଟେ ଏହି ଘଟଣାକୁ ପ୍ରତିବାଦ କଲେ କୁଆଡେ ଉଭୟ ପୋଲିସ କନେଷ୍ଟପଲ ଓ ତାଙ୍କର ପ୍ରେମିକା ମହିଳା ଜଣକୁ ମାରିଦେବାର ଧମକ ଦେଇଆସୁଛନ୍ତି I

ଯାହାପାଇଁ ତାଙ୍କ ଝିଅ ଓ ତାଙ୍କର ଜୀବନ ପ୍ରତି ବିପଦ ଥିବା ଏତେଲା ରେ ଦର୍ଶାଇଛନ୍ତି କନେଷ୍ଟପଲ ଙ୍କ ଧର୍ମପତ୍ନୀ I ଘଟଣାକୁ ନେଇ ଗତ ତା ୩୧/୧୨/୨୦୨୪ ରିଖ ସମ୍ପୃକ୍ତ କନେଷ୍ଟପଲ ଙ୍କ ନାରେ ୧୮୨/୨୦୨୪ ରେ ଏକ ମାମଲା ମଧ୍ୟ୍ୟ ରୁଜୁ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ସମସ୍ୟାର ସମାଧାନ ସହ ଦୋଷି କନେଷ୍ଟପଲ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାଙ୍କର ଦୋଷ କୁ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଘଣ୍ଟଘୋଡାଉଥିବା ରୁ ନିଜକୁ ଅସୁରକ୍ଷିତ ମନେ କରୁଥିବା କନେଷ୍ଟପଲ ଙ୍କ ସ୍ତ୍ରୀ ପୋଲିସ ବିଭାଗ ର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକଟ କରି ଆଗାମୀ କିଛିଦିନ ମଧ୍ୟ୍ୟରେ ସମସ୍ୟାର ସମାଧନ ନହଲେ ମହିଳା କମିଶନ ଙ୍କ ଦ୍ୱାରସ୍ତ ହେବେ ବୋଲି କରିଛନ୍ତି I

ସେପଟେ ପଡୋଶୀ ପ୍ରେମରେ ଉବୁଡୁବୁ ହୋଇ ନିଜ ସ୍ତ୍ରୀ ଓ ପିଲା ଙ୍କୁ ନିର୍ଯାତନା ଦେଇଆସୁଥିବା ସମ୍ପୃକ୍ତ ପୋଲିସ କନେଷ୍ଟପଳ ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଓ ନିଜ ବିଭାଗ ର କାର୍ଯ୍ୟରତ ଜଣେ ପୋଲିସ କନେଷ୍ଟପଳ ଙ୍କ ନାରେ ଅଭିଯୋଗ ହେବାପରେ ମଧ୍ୟ୍ୟ ପୋଲିସ ବିଭାଗ ଚୁପହୋଇ ବସିରହିଥିବା ପୋଲିସ ବିଭାଗ ର କଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ସେପଟେ ପୋଲିସ ବିଭାଗ ଘଟଣାର ତଦନ୍ତ କରି ନ୍ୟାୟ ଦେବାପାଇଁ ଦାବି କରିଛନ୍ତି ସମ୍ପୃକ୍ତ କନେଷ୍ଟପଲ ଙ୍କ ଧର୍ମପତ୍ନୀ ତେଜସ୍ୱିନୀ ସିଂ I ତେବେ ମହିଳା ଜଣକ ଅଭଯୋଗ କରିବାର ପ୍ରାୟ ତିନିମାସ ହୋଇଯାଇଥିବା ବେଳେ ପୋଲିସ ବିଭାଗ ର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କନେଷ୍ଟପଲ ଙ୍କ ପତ୍ନୀ I ସେପଟେ ଦେଖିବାକୁ ବାକି ରହିଛି ଜିଲ୍ଲା ପୋଲିସ ମୁଖିଆ ଏହି ଘଟଣା କୁ ନେଇ କିଭଳି ଭାବରେ ମହିଳା ଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି ନା ସମ୍ପୃକ୍ତ ପୋଲିସ କନେଷ୍ଟପଲ ଙ୍କୁ ନିଜର ପୋଷ୍ୟ ପୁତ୍ର ଭଳି ଦୋଷ ଉପରେ ଘଣ୍ଟଘୋଡାଉଛନ୍ତି I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading