ଆଜି ଜଳକ୍ରିଡା ଏକାଦଶୀରେ ପଡ଼ୁଛି ଅନେକ ଶୁଭ ଯୋଗ, ଭୁଲରେ ବି କରନ୍ତୁନି ଏସବୁ କାମ

Creat A Revolution

ହିନ୍ଦୁ ପାଞ୍ଜି ଅନୁସାରେ, ପ୍ରତି ବର୍ଷ ମୋଟ୍‌ ୨୪ଟି ଏକାଦଶୀ ପଡ଼େ। ଏଭଳି ଭାବେ ଗୋଟିଏ ମାସରେ ଦୁଇ ଥର ଏକାଦଶୀ ପଡ଼େ। ପ୍ରଥମଟି କୃଷ୍ଣ ପକ୍ଷରେ ଓ ଅନ୍ୟଟି ଶୁକ୍ଳ ପକ୍ଷରେ। ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷରେ ପଡ଼ୁଥିବା ଏକାଦଶୀକୁ ଜଳକ୍ରିଡା/ଅପରା ଏକାଦଶୀ କୁହାଯାଏ। ଏହାକୁ ଅଚଳା ଏକାଦଶୀ ମଧ୍ୟ କୁହାଯାଏ।ଚଳିତ ଥର ଅପରା ଏକାଦଶୀ ବ୍ରତ ଗୁରୁବାର ମେ ୨୬ ଅର୍ଥାତ୍‌ ଆଜି ପଡ଼ୁଛି। ଖାସ୍‌ କଥା ହେଉଛି ଏଥରକ ଅପରା ଏକାଦଶୀ ଆୟୁଷ୍ମାନ୍‌ ଯୋଗରେ ପାଳିତ ହେଉଛି। ତେବେ ଜ୍ୟୋତିଷଙ୍କ କହିବାନୁସାରେ, ଅପରା ଏକାଦଶୀରେ କେତେକ କାମ କରିବାକୁ ମନା କରାଯାଇଛି। ଆସନ୍ତୁ ଜାଣିବା ସେ ସବୁ କ’ଣ…

  • ଅପରା ଏକାଦଶୀ ଦିନ ଭାତ ବା ଚାଉଳରେ ତିଆରି ଖାଦ୍ୟ ଦ୍ରବ୍ୟ ଖାଇବାକୁ ମନା କରାଯାଇଛି। ଏହା ଦ୍ୱାରା ବ୍ୟକ୍ତିଙ୍କ ମନ ଚଞ୍ଚଳ ହୋଇଯାଏ ଓ ଈଶ୍ୱରଙ୍କୁ ଭକ୍ତି କରିବା ବେଳେ ଏକାଗ୍ରତା ଭଙ୍ଗ ହୁଏ। କୁହାଯାଏ, ମାତା ଶକ୍ତିଙ୍କ କ୍ରୋଧରୁ ବର୍ତ୍ତିବାକୁ ମହର୍ଷି ମେଧା ଶରୀର ତ୍ୟାଗ କରିଥିଲେ। ତାଙ୍କ ଅଂଶ ପୃଥିବୀରେ ମିଶିଯାଇଥିଲା। ତା ପରେ ଚାଉଳ ଓ ଯଅ ରୂପରେ ମହର୍ଷି ମେଧା ସୃଷ୍ଟି ହୋଇଥିଲେ। ଏଣୁ ଚାଉଳ ଓ ଯଅକୁ ଜୀବ ବୋଲି ଧରାଯାଏ।
  • ଏକାଦଶୀ ଦିନ ସାତ୍ତ୍ୱିକ ଭୋଜନ କରିବା ନିୟମ ରହିଛି। ଏହି ଦିନ ପିଆଜ, ରସୁଣ ସେବନ କରିବା ବର୍ଜନୀୟ ହୋଇଥାଏ। ଏହା ବ୍ୟତୀତ ମାଂସ, ମଦ ଆଦି ପାନ କରିବା ଚିନ୍ତା ବି ମନକୁ ନ ଆଣିବା ଦରକାର। ଏକାଦଶୀ ବ୍ରତ କରୁଥିବା ବ୍ୟକ୍ତିଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଦରକାର।
  • ଏକାଦଶୀ ଦିନ ଖଟ କିମ୍ବା ପଲଙ୍କରେ ଶୋଇବା ଅପେକ୍ଷା ତଳେ ଶୋଇବା ଦରକାର। ଏହି ଦିନ ଶାରୀରିକ ସମ୍ପର୍କ କଥା କିମ୍ବା ଏଭଳି ବିଚାର ମନକୁ ଆଣନ୍ତୁ ନାହିଁ।
  • ଏକାଦଶୀ ଦିନ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। କଳା ଜାଗାରେ ଆପଣ ହଳଦିଆ ରଙ୍ଗର ପୋଷାକ ପିନ୍ଧି ପାରିବେ। ପୂଜା ବେଳେ ମଧ୍ୟ ହଳଦିଆ ପୋଷାକ ପିନ୍ଧିବା ଶୁଭ ହୋଇଥାଏ।

Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!