ବିରି ଡାଲି ଆଳୁଚପ୍ ପାଇଁ ପ୍ରସ୍ତୁତି ପ୍ରଣାଳୀ

ବିରି ଡାଲିକୁ ଭଲଭାବେ ଧୋଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ଏକ ଗଭୀର ପାତ୍ରକୁ ବାହାର କରିଦିଅନ୍ତୁ। ଏବେ ଏଥିରେ ଲୁଣ, ଲାଲ ଲଙ୍କା ପାଉଡର, ଚାଟ ମସଲା ଏବଂ ପୋଦିନା ପତ୍ର ଓ ଜୁଆଣୀ ପକାଇ ମିକ୍ସ କରିଦିଅନ୍ତୁ। ଏବେ ଆବଶ୍ୟକତାନୁସାରେ ପାଣି ପକାଇ ଗାଢ଼ ଘୋଳ ବନାଇ ଦିଅନ୍ତୁ। କଡାରେ ୨ ଚାମଚ ତେଲ ଗରମ କରି ଅଦା ରସୁଣ ପକାନ୍ତୁ। ଏବେ ଏଥିରେ ଲୁଣ, ଗ୍ରୀନ ମଟର, ଚାଟ ମସଲା ଏବଂ ଲାଲ ଲଙ୍କା ପାଉଡର ପକାଇ କିଛି ସମୟ ଚଲାନ୍ତୁ। ଏବେ ଆଳୁକୁ ଚକଟି ମିଶାଇ ଦିଅନ୍ତୁ। ଏହାକୁ ମିଶ୍ରଣରେ ଭଲଭାବେ ଭାଜି ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡନ୍ତୁ। ଆଳୁର ମିଶ୍ରଣର ଛୋଟ ଛୋଟ ବଲ୍ସ ବନାଇ ବିରି ଡାଲି ଘୋଳରେ ପକାଇ ଗରମ ତେଲରେ ଛାଣି ଦିଅନ୍ତୁ। ଏହାକୁ ଏକଦମ୍ ଡିପ୍ ଫ୍ରାଏ କରିଦିଅନ୍ତୁ। ଏହାକୁ ରାଗ ଖଟା ମିଠା ଚଟଣୀ ସହିତ ସର୍ଭ କରନ୍ତୁ। ନଚେତ ବ୍ରେଡ ସହ ମଧ୍ୟ ସର୍ଭ କରିବେ। ଏହାର ଟେଷ୍ଟ ଏକଦମ୍ ଅଲଗା ପ୍ରକାର।
ଆବଶ୍ୟକ ସାମଗ୍ରୀ
- ୧ କପ୍ ବିରି ଡାଲି
- ୫-୬ଟି ଆଳୁ
- ୧/୨ ଛୋଟ ଚାମଚ ଜୁଆଣୀ
- ୧ ଛୋଟ ଚାମଚ ଅଦା (ଘସି ରଖିଥିବା)
- ୧ ଛୋଟ ଚାମଚ ରସୁଣ (ଛୋଟ କଟା ହୋଇଥିବା)
- ୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର
- ୧ ଛୋଟ ଚାମଚ ଚାଟ ମସଲା
- ୮-୧୦ଟି ପୋଦିନା ପତ୍ର
- ୧ ଛୋଟ ଚାମଚ ଗ୍ରୀନ ମଟର ଦାନା
- ତେଲ ଛାଣିବା ପାଇର୍
- ଲୁଣ ସ୍ୱାଦାନୁସାରେ
Discover more from odia.bnslive.in
Subscribe to get the latest posts sent to your email.