ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଖାନଙ୍କ ପାଇଁ ବଢିଲା ବିପଦ

Creat A Revolution
           

ଇସ୍‌ଲାମାବାଦ୍‌ -:

ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଗିରଫ କରାଯିବ ବୋଲି ରବିବାର ଦିନ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି। ଦଙ୍ଗା, ବିଦ୍ରୋହ, ଗୋଳମାଳ ଏବଂ ସଂଘୀୟ ସରକାର ଉପରେ ସଶସ୍ତ୍ର ଆକ୍ରମଣ ସମେତ ଇମ୍ରାନ୍‌ ଖାଁଙ୍କ ନାମରେ ଅନେକ ମାମଲା ରୁଜୁ କରାଯାଇଥିବା କଥା ରାନା କହିଛନ୍ତି ବୋଲି ‘ଦି ନିଉଜ୍‌’ ରିପୋର୍ଟ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଜାମିନ ଶେଷ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାନି ଗାଲା ବାସଭବନ ବାହାରେ ତିବା ନିରାପତ୍ତା ରକ୍ଷୀମାନେ ତାଙ୍କୁ ଗିରଫ କରିବେ।

ବିରୋଧୀଙ୍କୁ ବିଶ୍ବାସଘାତକ କହି ଜନସାଧାରଣଙ୍କୁ ମନ୍ଦ କାର୍ଯ୍ୟ ପାଇଁ ପ୍ରେରିତ କରୁଥିବା ଏବଂ ନୈତିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ବ୍ୟକ୍ତିଜଣକ କିଭଳି ଗୋଟାଏ ରାଜନୈତିକ ଦଳର ମୁଖ୍ୟ ହୋଇପାରିବ? ବୋଲି ରାନା କହିଥିବା ‘ଦି ନିଉଜ୍‌’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ୫୦୦୦୦ ଟଙ୍କାର ମୁଚାଲିକାରେ ଜୁନ୍‌ ୨ ତାରିଖରେ ପେଶୱାର୍‌ ହାଇକୋର୍ଟ ଇମ୍ରାନ୍‌ ଖାଁଙ୍କୁ ୩ ସପ୍ତାହ ପାଇଁ ‘ଟ୍ରାଞ୍ଜିଟ୍‌ ବେଲ୍‌’ ମଞ୍ଜୁର କରିଛନ୍ତି। ‘ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନୱାଜ୍‌’ ଦାବି କରିଛି ଯେ, ‘ପାକିସ୍ତାନ ତେରୀକ୍‌-ଏ-ଇନ୍‌ସାଫ୍‌’ ସରକାର ଅମଳରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ, ତାଙ୍କ ପତ୍ନୀ ବୁଶ୍ରା ବିବି ଏବଂ ତାଙ୍କ ବାନ୍ଧବୀ ଫାରା ଗୋଗି କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading