ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ସୁପ୍ରିମ ଝଟକା ଲାଗିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାୟର କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ବିଦ୍ୟାଭାରତୀଙ୍କ ବିରୋଧରେ ହତ୍ୟା ମାମଲାରେ ବିଚାର ପ୍ରକ୍ରିୟା ପାଇଁ ନିର୍ଦ୍ଦେଶ ଦେଇଥିଲେ ପାରଳାଖେମୁଣ୍ଡି SDJM କୋର୍ଟ। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ବିଦ୍ୟାଭାରତୀ। ପୂର୍ବରୁ ହାଇକୋର୍ଟ ମଧ୍ୟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରି ଅକ୍ଟୋବର ୧ ତାରିଖ ପୂର୍ବରୁ ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।”
୨୦୨୧ ମସିହା ଜୁଲାଇ ମାସରେ ପାରଳାଖେମୁଣ୍ଡିର ଆସିଷ୍ଟାଣ୍ଟ କନଜରଭେଟର ଅଫ୍ ଫରେଷ୍ଟ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କର ନିଆଁରେ ପୋଡ଼ି ହୋଇ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫ୍ଓ (DFO) ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ମାମଲା ଚାଲିଛି। ଏମାନେ ଏଥିରେ ସାମିଲ ଥିବା ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।”
• ଆଇନଗତ କାର୍ଯ୍ୟାନୁଷ୍ଠାନ:
ପୂର୍ବରୁ ଓଡ଼ିଶା ହାଇକୋର୍ଟ ବିଦ୍ୟାଭାରତୀଙ୍କ ଦୁଇଟି ଯାକ ଆବେଦନ (ବ୍ୟକ୍ତିଗତ ହାଜିରାରୁ ଛାଡ଼ ଏବଂ କୋର୍ଟଙ୍କ ସମନକୁ ଚ୍ୟାଲେଞ୍ଜ) କୁ ପ୍ରତ୍ୟାଖ୍ୟାନ କରିଥିଲେ। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରୁ ଆବେଦନ ଖାରଜ ହେବା ପରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ଆଶଙ୍କା ବୃଦ୍ଧି ପାଇଛି।ଏହି ମାମଲାରେ ଏସଡିଜେଏମ୍ (SDJM) କୋର୍ଟ ଏମାନଙ୍କ ବିରୋଧରେ ଆଇପିସି ଦଫା ୩୦୨ (ହତ୍ୟା) ଏବଂ ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଅଧୀନରେ ମାମଲା ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ସତ କ’ଣ ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ତାଙ୍କୁ ହତ୍ୟା କରାଯାଇଛି, ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ପ୍ରଶ୍ନବାଚୀ ରହିଛି । ତେବେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ତଦନ୍ତ ଚାଲିଛି ।”
୧- ଜୁଲାଇ ୧୨ ତାରିଖ ସୋମବାର ଦିନ ପ୍ରାୟ ରାତି ସାଢେ ୮ଟାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ରୋଷେଇ ଘରେ ରୋଷେଇ କରୁଥିଲେ।
୨- ହଠାତ୍ ରୋଷେଇ ଘର ଆଗରେ ଠିଆ ହୋଇଥିବା ସୌମ୍ୟଙ୍କ ଦେହରେ ନିଆଁ ଲାଗିଯାଇଥିଲା
୩- ସୌମ୍ୟ ଏକ ରାଉଣ୍ଡ ନେକ୍ ଟି-ସାର୍ଟ ପିନ୍ଧିଥିଲେ ଏବଂ ତାଙ୍କ ଟି-ସାର୍ଟ ଜଳୁଥିଲା
୪- ବିଦ୍ୟାଭାରତୀ ଦୌଡି ଯାଇ ଟି-ସାର୍ଟ ଖୋଲିବା ପାଇଁ ଚେଷ୍ଟା କଲେ, କିନ୍ତୁ ଖୋଲି ପାରିଲେ ନାହିଁ
୫- ବାଥରୁମକୁ ଦୌଡି ଯାଇ ପାଣି ଆଣିବା ପାଇଁ ଚେଷ୍ଟା କଲେ କିନ୍ତୁ ଝୁଣ୍ଟି ପଡିଗଲେ ଏବଂ ବାହାରକୁ ଯାଇ ଜୋରରେ ଚିତ୍କାର କଲେ
୬- ଚିତ୍କାର ଶୁଣି ରୋଷେୟା ଦୌଡି ଆସିଲେ ଏବଂ ବାଥରୁମକୁ ଯାଇ ପାଣି ଆଣି ଢାଳିଲେ
୭- ଏହାପରେ ଡିଏଫଓଙ୍କ ଗାଡିରେ ତାଙ୍କୁ ପାରଳାଖେମୁଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ନିଆଗଲା
୮- ଏହା ପରେ ତାଙ୍କୁ କଟକ ଅଶ୍ୱିନୀ ଡାକ୍ତରଖାନାକୁ ନିଆଯାଇଥିଲା
୯- ୧୩ ତାରିଖ ସକାଳ ୯ଟାରେ ଆଖି ବୁଜିଦେଲେ ସୌମ୍ୟରଞ୍ଜନ
Discover more from odia.bnslive.in
Subscribe to get the latest posts sent to your email.
