ଚର୍ଚ୍ଚରେ ରବିବାର ଭୟଙ୍କର ଗୁଳିକାଣ୍ଡ ହୋଇଛି। ଏଥିରେ ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଦେଶର ଓଣ୍ଡୋ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ୍ ଚର୍ଚ୍ଚ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ । ପ୍ରଥମେ ସେମାନେ ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲେ । ଏହାପରେ ବିସ୍ଫୋରଣ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ପିଲା ରହିଥିବା ଜଣାପଡ଼ିଛି । ରିପୋର୍ଟ ମୁତାବକ, ନାଇଜେରିଆ ସରକାର ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ମୃତକଙ୍କ ସଂଖ୍ୟା ଘୋଷଣା କରିନାହିଁ। ଏହା କେବଳ ଅନୁମାନ ଲଗାଯାଉଛି।
କିଏ ଏବଂ କ’ଣ ପାଇଁ ଗୁଳିକାଣ୍ଡ ଘଟାଇଛି, ତାହା ବିଷୟରେ ମଧ୍ୟ ଏପର୍ଯ୍ୟନ୍ତ କିଛି ଖବର ମିଳିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ସେହିଭଳି ନାଇଜେରିଆ ସୁରକ୍ଷାକର୍ମୀ ମଧ୍ୟ ଏହି ମାମଲାରେ କିଛି କହୁନାହାନ୍ତି। ମିଡିଆ ରିପୋର୍ଟ ଅନୁସାରେ, ନାଇଜେରିୟାର ଓଣ୍ଡୋ ସହର ସ୍ଥିତ ସେଣ୍ଟ ଫ୍ରାସିସ ଚର୍ଚ୍ଚରେ କିଛି ଆତତାୟୀ ଅଚାନକ ପସି ଗୁଳିଚାଳନା କରିଥିଲେ। କେବଳ ଆକ୍ରମଣ ନୁହେଁ ବିସ୍ଫୋରଣ ମଧ୍ୟ କରିଥିଲେ।
ସେତେବେଳେ ଚର୍ଚ୍ଚରେ ବହୁତ ଭିଡ ରହିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ କ୍ରୋଧ ରହିଛି। ଏହାକୁ ନିନ୍ଦା ମଧ୍ୟ କରାଯାଉଛି। ଅନ୍ୟପକ୍ଷରେ ଗୁଳିକାଣ୍ଡ ଯୋଗୁ ପ୍ରକୃତରେ କେତେ ପ୍ରାଣ ହରାଇଛନ୍ତି, ସେ ବାବଦରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ୫୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ଏପର୍ଯ୍ୟନ୍ତ ଏହି ସମୟରେ ଏମିତି ଘଟଣା କେବେ ବି ଘଟିନଥିଲା।
Discover more from odia.bnslive.in
Subscribe to get the latest posts sent to your email.
