ମିତାଲି ରାଜ୍‌ ନେଲେ ସନ୍ନ୍ୟାସ, ଅନ୍ତର୍ଜାତୀୟ କ୍ରିକେଟକୁ କହିଲେ ଅଲ୍‌ବିଦା : ଅଧୁରା ରହିଗଲା ଏହି ବଡ଼ ସ୍ବପ୍ନ

Creat A Revolution
           

ନୂଆଦିଲ୍ଲୀ

-: ଭାରତର ଲୋକପ୍ରିୟ ମହିଳା କ୍ରିକେଟର ତଥା ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟିକା ମିତାଲି ରାଜ ଏବେ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ରାଜ ଗତ ୨୩ବର୍ଷ ଧରି କ୍ରିକେଟ୍ ଖେଳୁଥିଲେ। ବୁଧବାର ୩୯ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା କ୍ରିକେଟ୍ କ୍ୟାରିୟରରେ ମିତାଲି ରାଜ ଅନେକ ସଫଳତା ହାସଲ କରିଛନ୍ତି।

ହେଲେ ମହିଳା କ୍ରିକେଟର ସଚିନ ତେନ୍ଦୁଲକର ଭାବେ ଜଣାଶୁଣା ମିତାଲିଙ୍କର ବିଶ୍ୱକପ ଜିତିବାର ସ୍ୱପ୍ନ ପୂରଣ ହୋଇପାରିନାହିଁ। ଆଜି ଟ୍ବିଟରରେ ଏକ ଟ୍ବିଟ କରି ଏବିଷୟରେ ସୂଚନା ଦେଇଛନ୍ତି ମିତାଲି ରାଜ୍। ସେ ଲେଖିଛନ୍ତି ଯେ, ମୁଁ ଯେତେବେଳେ ନୀଳ ଜର୍ସି ପିନ୍ଧି ମୋ ଦେଶକୁ ପ୍ରତିନିଧିତ୍ୱ କରୁଥିଲି ସେତେବେଳେ ମୋର ବୟସ କମ ଥିଲା। ଏହି ଯାତ୍ରା ବହୁତ ଲମ୍ବା ଥିଲା ଯେଉଁଥିରେ ଆମେ ସମସ୍ତ ପ୍ରକାରର ମୁହୂର୍ତ୍ତ ଦେଖିବାକୁ ପାଇଥିଲୁ। ଗତ ୨୩ବର୍ଷ ମୋ ଜୀବନର ସର୍ବୋତ୍ତମ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ। ଜୀବନର ଅନ୍ୟ ଯାତ୍ରା ପରି, ଏହି ଯାତ୍ରା ସମାପ୍ତ ହେବାକୁ ଯାଉଛି ଏବଂ ଆଜି ମୁଁ ସମସ୍ତ ପ୍ରକାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading