ଆଜି ହିଁ ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଆଳୁ ଆଚାର, କେମିତି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବେ

Creat A Revolution
           

ଗରମ ଦିନରେ ଅଧିକ ପାଣି ପିଉଥିବା କାରଣରୁ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଏମିତିରେ ଭୋଜନରେ କିଛି ଚଟପଟା ଥିଲେ ଖାଇବାକୁ ଆପେଆପେ ଇଚ୍ଛା ହୋଇଥାଏ। ଆପଣ ତ ଆଚାର ତ ଅନେକ ଖାଇଥିବେ କିନ୍ତୁ କଣ କେବେ ଆଳୁ ଆଚାର ଖାଇଛନ୍ତି। ଯାହା ସ୍ୱାଦରେ ଏକଦମ୍‌ ଚଟପଟା ଏବଂ ସ୍ୱାଦିଷ୍ଟ। ଏହା ନା କେବଳ ଆପଣଙ୍କୁ ସ୍ୱାଦ ପହଁଚାଇଥାଏ ବରଂ ଖାଇବାକୁ ଇଚ୍ଛା ନଥିଲେ ଆଗ୍ରହ କରିବ ଖାଇବାକୁ। ସବୁବ୍ୟତୀତ ଏହାକୁ ବନାଇବା ପାଇଁ ଜମା ବି ଅଧିକ ସମୟ ଲାଗିନଥାଏ। ମାତ୍ର କେଇ ମିନିଟରେ ପ୍ରସ୍ତୁତ ହୋଇଯିବ ଇନଷ୍ଟାଣ୍ଟ ଆଳୁ ଆଚାର। ତାହେଲେ ଚାଲନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆଳୁ ଆଚାର ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ

  • ୪ଟି ମିଡିୟମ୍‌ ସାଇଜର ଆଳୁ (ସିଝା)
  • ୧ ପିଆଜ (ଛୋଟ କଟା ହୋଇଥିବା)
  • ୨-୩ଟି କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)
  • ସ୍ୱାଦାନୁସାରେ ଲୁଣ
  • ୧ ଚାମଚ୍‌ ଧନିଆ ପତ୍ର
  • ୮-୧୦ଟି ଗୋଲ ମରୀଚ
  • ୨ ଚାମଚ ସୋରିଷ ତେଳ
  • ଏକ ଚିମୁଟା ମେଥି ମଞ୍ଜି

ପ୍ରସ୍ତୁତି ପ୍ରଣାଳୀ

ଆଳୁ ଆଚାର ବନାଇବା ପାଇର୍ ସର୍ବପ୍ରଥମେ ଏକ ପାତ୍ରରେ ଆଳୁ, କଞ୍ଚା ଲଙ୍କା, ପିଆଜ, ଲେମ୍ବୁ ରସ, ଧନିଆ ପତ୍ର, ଗୋଲ ମରୀଚ ଏବଂ ଲୁଣ ମିଶାନ୍ତୁ। ଏଥିରେ ଅଳ୍ପ ଧନିଆ ପତ୍ରୁ, ଜିରା ଏବଂ ଧଳା ରାଶି ପକାଇ ସବୁ ଜିନିଷକୁ ଏକାସାଥିରେ ମିଶାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ ପ୍ୟାନ୍‌ ବସାଇ ସେଥିରେ ସୋରିଷ ତେଲ ଗରମ କରି ଅଳ୍ପ ମେଥି ମଞ୍ଜି ପକାଇ କିଛି ସମୟ ଗରମ ହେବାକୁ ଦିଅନ୍ତୁ। ଏବେ ଏହି ତଡକାକୁ ଆଳୁ ଉପରେ ପକାଇ ବଳକା ଥିବା ସମସ୍ତ ସାମଗ୍ରୀକୁ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଇନଷ୍ଟାଷ୍ଟ ଚଟପଟା ଆଳୁ ଆଚାର।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading