ପୁରୀ -: ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍ ନାରାୟଣ ପଟ୍ଟନାୟକ। ଜଣେ ଅଭିଯୋଗକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ସୁପରଭାଇଜର୍। ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ସମୟରେ, ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରରେ ଗ୍ରାମୋଦ୍ୟୋଗ ସୁପରଭାଇଜର୍ ଭାବେ କାମ କରୁଥିବା ନାରାୟଣ ପଟ୍ଟନାୟକ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
୨ ଲକ୍ଷ ୪୫ ହଜାର ଟଙ୍କାର ସବସିଡି ଅର୍ଥ ରିଲିଜ୍ କରିବା ବେଳେ ସେ ଜଣେ ବେଲ ଧାତୁ ପ୍ରକ୍ରିୟାକରଣ ୟୁନିଟର ମାଲିକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ଅଭିଯୋଗକାରୀ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍ ନାରାୟଣ ପଟ୍ଟନାୟକ ତାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସ ଅଫିସରେ ଆଗରୁ ସୂଚନା ଦେଇଥିଲେ। ଶ୍ରୀ ପଟ୍ଟନାୟକଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏନେଇ ଭୁବନେଶ୍ୱର ଭିଜିଲାନ୍ସରେ ଏକ ମାମଲା ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ନାାରାୟଣ ପଟ୍ଟନାୟକଙ୍କ ବିରୋଧରେ ତଦନ୍ତ ଚାଲିଛି। ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।
Discover more from odia.bnslive.in
Subscribe to get the latest posts sent to your email.
