views 4,308
ରେଢାଖୋଲ -:
ପ୍ରମୋଶନ ଯାଗାରେ ମିଳିଲା ସସପେଣ୍ଡ ଚିଠି । ଏହାକୁ ବିରୋଧ କରି ଶିକ୍ଷୟତ୍ରୀ ଜଣକ ରାଗରେ ସ୍କୁଲର କାର୍ଯ୍ୟାଳୟରେ ତାଲା ପକାଇଲେ। ଯାହାଫଳରେ ମଧ୍ୟାହ୍ନ ଭୋଜନରୁ ବଂଚିତ ହେଲେ ନିରିହ ଛାତ୍ରଛାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ରେଢାଖୋଲ ବ୍ଲକ, ଲୁହାପଙ୍କ ପଚାଂୟତ , ଦଲକି ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟର ଶିକ୍ଷୟତ୍ରୀ ଅଞ୍ଜନା ସେଠୀଙ୍କ ବିରୋଧରେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନାରେ ଏକ ଅପରାଧ ମାମଲା ରୁଜୁ ହୋଇଥିବା କାରଣରୁ ରେଢାଖୋଲ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।
ଏଥିପାଇଁ ତାଙ୍କର ପ୍ରମୋଶନକୁ ମଧ୍ୟ ବନ୍ଦ କରାଯାଇଥିଲା। ଯାହାଫଳରେ ତାଙ୍କୁ ପ୍ରମୋଶନ ବଦଳରେ ନିଲମ୍ବିତ ଚିଠି ପ୍ରଦାନ କରାଯାଇଥିବା ଜଣାପଡିଛି।ଶିକ୍ଷୟତ୍ରୀଙ୍କ ଯୁକ୍ତି ହେଲା ୧୮.୦୫.୨୦୨୨ ରେ ନିଲମ୍ବିତ ହେଲା ପରେ ଦୁଇମାସ ପରେ ନିଲମ୍ବିତ ଚିଠି ଅର୍ଥାତ୍ ୦୬.୦୭.୨୦୨୨ କାହିଁକି ତାଙ୍କୁ ପ୍ରଦାନ କରାଗଲା । ଏହାକୁ ନେଇ ସ୍କୁଲ କାର୍ଯ୍ୟାଳୟରେ ତାଲା ପକାଇଲେ ଉକ୍ତ ଶିକ୍ଷୟତ୍ରୀ। ଏପଟେ ୧୪ଜଣ ଛାତ୍ରଛାତ୍ରୀ ପାଇଁ ଜଣେ ମାତ୍ର ଶିକ୍ଷୟକ ନିଯୁକ୍ତି ପାଇଁଛନ୍ତି । ମଧ୍ୟାହ୍ନ ଭୋଜନ ଗୋଟିଏ ଦିନ ବନ୍ଦ ହେବା ସହ,କାର୍ଯ୍ୟାଳୟ ବନ୍ଦ ହେତୁ ସମସ୍ୟା ହେଉଥିବା ନିଯୁକ୍ତି ପାଇଥିବା ଶିକ୍ଷକ କହିଛନ୍ତି ।
Like this:
Like Loading...
Related
Discover more from odia.bnslive.in
Subscribe to get the latest posts sent to your email.