ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବି, ଥାନାରେ ଏତଲା ଦେଲା କୁଇକୁଳ ସମାଜ …

Creat A Revolution
           

କନ୍ଧମାଳ/ଦାରିଙ୍ଗବାଡ଼ି -:

 ଆଦିବାସୀଙ୍କ ବିଷୟରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ପୁରୀ ଗୋବର୍ଦ୍ଧନପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଏକ ଓଡ଼ିଆ ଟିଭି ଚ୍ୟାନେଲରେ ଶଙ୍କରାଚାର୍ଯ୍ୟ ଆଦିବାସୀଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି କୁଇକୁଳ ସମିତି। ଥାନାରେ ଏତଲା ଦେବା ସମୟରେ ସମିତି ସଭାପତି କରୁଣାକର ପ୍ରଧାନଙ୍କ ସମେତ ନାହ ପ୍ରଧାନ, ପୁରେ ପ୍ରଧାନ ଓ ଗେନେଶ୍ୱର ପ୍ରଧାନଙ୍କ ସମେତ ଅନ୍ୟ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading