ଆମ ଆଦମୀ ପାର୍ଟିର ଜନସମ୍ପର୍କ କାର୍ଯ୍ୟକ୍ରମ

Creat A Revolution
           

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଧୋବେନଚଞ୍ଚରା ଠାରେ ରବିବାର ଆମ ଆଦମୀ ପାର୍ଟିର ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକ ସଭାପତି ଡିସମ୍ବର ଖେର୍ସଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ କର, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ଭୋଦେବ ବେହେରା, ସାଧାରଣ ସମ୍ପାଦକ ଯଶୋବନ୍ତ ବେମାଲ ପ୍ରମୂଖ ଉପସ୍ଥିତ ରହି ଆମ ଆଦମୀ ପାର୍ଟିର ଲୋକ କଲ୍ୟାଣ ଯୋଜନା ଗୁଡିକ ବିଷୟରେ ଆଲୋଚନା କରିଥିଲେ।

ଏଥି ସହିତ ଓଡ଼ିଶାରେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ପାଇଁ ଆଗାମୀ ଦିନରେ ଆମ ଆଦମୀ ପାର୍ଟି ର ସରକାର ଗଠନ କରିବାକୁ ହେବବୋଲି ମତପ୍ରକାଶ କରିଥିଲେ। ଏହି ସଭାରେ ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିବାବେଳେ ଧୋବେନଚାଞ୍ଚରା ଗ୍ରାମର ଶ୍ରୀଧର ଭୋଇ, ଜୟସିଂ ବାଗ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading