ମାଣିଆବନ୍ଧ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ବିଭାଗ ଛାତ୍ରଙ୍କ କଳାପାଟ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ

Creat A Revolution

ତିଗିରିଆ -: ବଡମ୍ବା ବ୍ଲକ ମାଣିଆବନ୍ଧ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ବିଭାଗର ୩୪ ଜଣ ଛାତ୍ର ଆଜି ତିଗିରିଆ ବ୍ଲକ କଳାପାଟ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ ରେ ଆସିଥିଲେ।ଶିଳ୍ପ ତାଲିମ କେନ୍ଦ୍ର ର ଅଧ୍ୟକ୍ଷା କଲ୍ୟାଣୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ କେନ୍ଦ୍ରର ଶିକ୍ଷକ ରାଜକିଶୋର ରାଉତ, ଚନ୍ଦ୍ରଶେଖର ମିଶ୍ର, କିରାଣୀ ମାନସ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ର ମାନଙ୍କୁ ଶିଳ୍ପ ତାଲିମ କେନ୍ଦ୍ର ର ବିଭିନ୍ନ ଉପକରଣ ବୁଲି ଦେଖାଇବା ସହ ଏହାର ବ୍ୟବହାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଏଥିସହିତ ସମସ୍ତ ଶିକ୍ଷକ ଉପସ୍ଥିତ ଛାତ୍ର ମାନଙ୍କୁ ବୈଷୟିକ ଶିକ୍ଷାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଧନ୍ଦା ମୂଳକ ଶିକ୍ଷା ବିଭାଗ ଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତି ଓ କିରାଣୀ ଫକୀର ଚରଣ ଖଟୁଆ ପ୍ରମୁଖଙ୍କ ସମେତ ଶିଳ୍ପ ତାଲିମ କେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ର ଉପସ୍ଥିତ ଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!