ଲାଞ୍ଜିଗଡ଼(ନିଲେଶ କୁମାର ନାଗ) -: ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନା ଫାଟକ ସମ୍ମୁଖରେ ଜଣେ ଶ୍ରମିକଙ୍କ ଶବ ରଖି ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି। ମୃତ ଶ୍ରମିକ ଜଣକ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବୁରାଟ ଗ୍ରାମର ଚୁଡ଼ାମଣି ସାହୁ (୩୦) ବୋଲି ଜଣାପଡିଛି। ବେଦାନ୍ତ ଭିତରେ ତାହାର ଏକ ସହଯୋଗୀ କମ୍ପାନୀରେ କାମ କରୁଥିଲେ ଚୁଡ଼ାମଣି। ତେବେ ଅସ୍ଵାସ୍ଥ୍ୟକର ପରିବେଶ ଯୋଗୁଁ ତାଙ୍କର ଦୃତ ସ୍ବାସ୍ଥ୍ୟ ଅବନତି ଘଟିଥିବା ଅଭିଯୋଗ ହୋଇଛି।
ତେବେ ବିଷମକଟକ ମିଶନାରୀ ହସ୍ପିଟାଲରେ ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ଚୁଡ଼ାମଣି। ଏହାପରେ କ୍ଷତିପୂରଣ ଦାବିରେ ମୃତ ଶ୍ରମିକଙ୍କ ପରିବାରବର୍ଗ ଓ ସ୍ଥାନୀୟ ଜନତା ବେଦାନ୍ତ ଫାଟକ ସାମ୍ନାରେ ଶବ ରଖି ଧାରଣାରେ ବସିଥିଲେ। ଧାରଣା ସ୍ଥାଳରେ କମ୍ପାନୀ କତୃପକ୍ଷ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରି ତାଙ୍କ ଜ୍ବାଇଁକୁ ଚାକିରୀ ଦେବାପାଇଁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନରୁ ଓହରି ଥିଲେ ପରିବାର
Discover more from odia.bnslive.in
Subscribe to get the latest posts sent to your email.