ଆଳି -: କେନ୍ଦ୍ରାପଡା ଜିଲ୍ଳା ଆଳି ବ୍ଲକ୍ର କୋଳିଢିଆ ପଞ୍ଚାୟତ ଦିନିଆରୀ ଗାଁରେ ଏବେ ଆତଙ୍କ ଖେଳାଇଛି ବ୍ରାହ୍ମଣୀ । ଘର ପାଖକୁ ମାଡିଆସିଲାଣି ନଈ । ଗିଳି ସାରିଲାଣି ୪ଶହ ଏକର ଚାଷ ଜମି । ନଦୀ ପାଇଁ ଏବେ ଭୟରେ ସ୍ଥାନୀୟ ଲୋକେ । କାରଣ ଗାଁ ଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଛି ବ୍ରାହ୍ମଣୀ ନଦୀ । ନଦୀ ଧିରେ ଧିରେ କୂଳ ଲଙ୍ଘୁଛି ଏବଂ ନଦୀ ଗର୍ଭରେ ଲୀନ ହୋଇଗଲାଣି ଚାରିଶହ ଏକର ଚାଷ ଜମି । କେତେବେଳେ ଯେ ଗାଁ ହଜି ଯିବ ଏବେ ସେ ଭୟରେ ଅଞ୍ଚଳବାସୀ । ନଦୀର ଉଗ୍ରରୂପ ଦେଖି, ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।
ଗାଁର ଅଧିକାଂଶ ଲୋକ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରନ୍ତି । ମାତ୍ର ଏବେ ଏହି ନଦୀ ପାଲଟିଛି ଚିନ୍ତାର କାରଣ । ନଦୀ ଜଳସ୍ତର ଦିନକୁ ଦିନଦିନ ବଢି ଚାଲିଛି । ଏଭଳି ପରିସ୍ଥିତିରେ ଉପର ଅଧିକାରୀମାନଙ୍କ ପାଖରେ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏପଟେ ନଦୀର ଜଳସ୍ତର ଦିନକୁ ଦିନ ବଢିବଢି ଚାଲିଛି । ଗାଁ ସୁରକ୍ଷା ପାଇଁ ଯଦି କୌଣସି ପଦକ୍ଷେପ ନି ନିଆଯାଏ ତେବେ ଏହା ଆଗାମୀ ଦିନରେ ଆନ୍ଦୋଳନ ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ନଦୀ କୂଳିଆ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସେତୁ ଓ ରାସ୍ତା ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ନଦୀକୂଳିଆ ଗାଁ ଏବେ ଅସୁରକ୍ଷିତ। ଜୀବିକା ସହ ଜୀବନ ମଧ୍ୟ ଏବେ ବିପଦରେ।