ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଅଟୋ ଡ୍ରାଇଭର ଗିରଫ

Creat A Revolution
           

ଦାରିଙ୍ଗବାଡ଼ି( ରାକେଶ କୁମାର ସାହୁ) -: କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା । ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଟୋ ଡ୍ରାଇଭର ଦୁଷ୍କର୍ମ କରିଥିବା ନେଇ ଦାରିଙ୍ଗବାଡ଼ି ଥାନା ପୋଲିସ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ପାଙ୍ଗାଲି ଗ୍ରାମର ହର୍ମୀ ମଲ୍ଲିକ(୨୬)। ସୂଚନା ପ୍ରକାରେ ନାବାଳିକା ଛାତ୍ରୀ ଜଣକ ଗତ ରବିବାର କୌଣସି ଏକ କାମ ନେଇ ଅପରାହ୍ନରେ ଦାରିଙ୍ଗବାଡ଼ି ବଜାରକୁ ଆସିଥିବା ବେଳେ ସେହି ସମୟରେ ଅଭିଯୁକ୍ତ ଡ୍ରାଇଭର ଜଣକ ନାବାଳିକାକୁ ଘରେ ଛାଡ଼ି ଦେବେବୋଲି କହି ଅଟୋରେ ବସେଇଥିଲେ । ହେଲେ ଅଟୋ ଡ୍ରାଇଭର ଜଣକ ନାବାଳିକା ଘରକୁ ନ ନେଇ ଅନ୍ୟ ଏକ ରାସ୍ତାରେ ନେଇ ପଳେଇଥିଲେ । ଆଉ ଏକ ନିଛାଟିଆ ଜଙ୍ଗଲରେ ଅଟୋ ଡ୍ରାଇଭ ର ଜ ଣ କ ନାବାଳିକାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ।

ଏ ସମ୍ପର୍କରେ ଘର ଲୋକଙ୍କୁ କହିଲେ ତାକୁ ଜୀବନରୁ ମାରି ଦେବାକୁ ବୋଲି ଧମକ ଦେଇଥିଲା । ପରେ ଅଭିଯୁକ୍ତ ଜଣକ ସନ୍ଧ୍ୟା ସମୟରେ ନାବାଳିକା ଛାତ୍ରୀଙ୍କୁ ଅଟୋରେ ଆଣି ଘରେ ଛାଡ଼ି ଦେଇ ପଳେଇ ଯାଇଥିଲା ।ଘଟଣା ସମ୍ପର୍କରେ ପିଡ଼ିତା ଘର ଲୋକଙ୍କୁ ସବୁ କଥା କହିବା ପରେ ପରିବାର ଲୋକେ ଅଭିଯୁକ୍ତ ଡ୍ରାଇଭ ର ନାମରେ ଲିଖ୍ ଅଭିଯୋଗ କରିଥିଲେ । ଆଉ ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅନ୍ୟପଟେ ପୋଲିସ ନାବାଳିକାର ଡାକ୍ତରୀ ମାଇନା କରିବା ସହ ପୋକ୍ସ ଆକ୍ଟରେ ଏ ନେଇ ଦାରିଙ୍ଗବାଡ଼ି ପୋଲିସ ୧୪୪/ ୨୪ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading