ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବେ କନ୍ଧମାଳ ଜିଲ୍ଲା ସରପଞ୍ଚ ସଂଘ

Creat A Revolution
           

କନ୍ଧମାଳ/କ ନୂଆଗାଁ -: ସାଧାରଣ ଲୋକଙ୍କ ସରକାର ମୋହନ ସରକାର ଙ୍କୁ ଭେଟିବେ କନ୍ଧମାଳ ଜିଲ୍ଲା ସରପଞ୍ଚ ସଂଘ ଏନେଇ କ ନୂଆଗାଁ ବ୍ଲକ ସlରଙ୍ଗଡ କୁଇ ସମାଜ ସଭା ଗୃହରେ ଚତୁର୍ଥ ଜିଲ୍ଲା ସରପଞ୍ଚ ମହା ସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l କନ୍ଧମାଳ ଜିଲ୍ଲା ସରପଞ୍ଚ ମହାସଂଘ ର ସଭାପତି ସୁଦର୍ଶନ କହଁର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରପଞ୍ଚ ମହା ସଂଘର ରାଜ୍ୟ ସଭାପତି ରୋମାଞ୍ଚ ସାହୁ। ଜିଲ୍ଲା ସମ୍ପାଦକ ସଞ୍ଜୟ ନାୟକ ସହ ସମ୍ପାଦକ ଲାଲ ମୋହନ କହଁର କୋଷାଧ୍ୟକ୍ଷ ରୋହିତ କହଁର ମଞ୍ଚାସୀନ ଥିଲେ l ସଭାକାର୍ଯ୍ୟ ପ୍ରାରମ୍ଭରେ ଜଗତର୍ ନାଥ ଜଗନ୍ନାଥ ଫୋଟ ଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ପୂର୍ବ ସରକାର ସମୟରେ ସରପଞ୍ଚ ଙ୍କୁ କ୍ଷମତା ରୁ ଅପସାରଣ କରାଯାଇ ପଲ୍ଲୀ ସଭା ଓ ଗ୍ରାମ ସଭା ଛଡେଇ ନେଇ ମୌଳିକ ଅଧିକାର କୁ କ୍ଷୁର୍ଣ୍ଣ କରିଥିଲା l

ବିଭିନ୍ନ ସମୟରେ ସରପଞ୍ଚ ମାନଙ୍କୁ ବ୍ଲକ୍ କାର୍ଯ୍ୟାଳୟ ରେ ପ୍ରଶାସନିକ ଅଧକାରୀ ମାନେ ଅବହେଳା କରିବା ସହିତ ଅସମ୍ମାନ କରିଥିବା ଅଭିଯୋଗ ହେଉଛି l ଦରଙ୍ଗିବାଡି ବିଡିଓ ଗଦାଧର ପାତ୍ର ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ଅସମ୍ମାନ କରିବା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ ରାଜ୍ୟ ସଭାପତି ରୋମାଞ୍ଚ ସାହୁ ଏହାର ଦୃଢ଼ ନିନ୍ଦା କରିବା ସହିତ ପ୍ରତିବାଦ କରିବା ପାଇଁ ଆହ୍ବାନ ଦେଇଥିଲେ ଜିଲ୍ଲା ସଭାପତି ସୁଦର୍ଶନ କହଁର l ଆୟୋଜିତ ବୈଠକ ରେ ଜିଲ୍ଳାର ଶହେ ପଚାଶ ରୁ ଉର୍ଦ୍ଧ ସରପଞ୍ଚ ନିଜ ନିଜ ଗ୍ରାମ ପଞ୍ଚାୟତ ର ସମସ୍ୟା ସମ୍ପର୍କ ରେ ମତ ସାବ୍ୟସ୍ତ କରିଥିଲେ l ଆଗାମୀ ଦିନରେ ଲୋକଙ୍କ ସରକାର ମହୋନ ସରକାର ଙ୍କୁ ଭେଟି ସରପଞ୍ଚ ଙ୍କ ଅବସରକାଳୀନ ଭତ୍ତା ପ୍ରଦାନ, ପଞ୍ଚାୟତ କୁ ଜରୁରୀ କାଳୀନ ପାଣ୍ଠି ପ୍ରଦାନ l ପଲ୍ଲୀ ସଭା ଓ ଗ୍ରାମ ସଭା ମାଧ୍ୟମ ରେ ହିତାଧିକାରୀ ଚୟନ l ମହିଳା ପଞ୍ଚାୟତ ପ୍ରତିନିଧି ଙ୍କୁ ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ନିବେଦନ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା l କାର୍ଯକ୍ରମ ରେ ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ ପ୍ରତାପ ମଲିକ ଶ୍ରୀ ଚନ୍ଦ୍ର ମଲିକ ତାଦୁରା ପ୍ରଧାନ ସହଯୋଗ କରିଥଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading