ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-: ସାରା ଭାରତ ବର୍ଷ ରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନରୁ ଅକ୍ଟବର 2 ଗାନ୍ଧୀ ଜୟନ୍ତୀ ଯାଏଁ ସ୍ୱଚ୍ଛତା ହିଁ ସେବା ସପ୍ତାହ ଚାଲୁ ରହିଛି ଏହି ପରିପ୍ରେକ୍ଷୀରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ର ପ୍ରତ୍ୟକ ବ୍ଲକ ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଲୁରହିଛି l ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l

ବାଲିଗୁଡା ବସଷ୍ଟାଣ୍ଡ, ଆଦର୍ଶ ପୋଖରୀ ପରିସର, ବଜାର ଆଦି ସ୍ଥାନରେ ଥିବା ଆବର୍ଜନା କୁ ସଫା ସୁତାର କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ଙ୍କ ନଗର ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ଦିବାକର ସାହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଟିକି ଦଣ୍ଡିଆ, ଜଗନ୍ନାଥ ବିଷୋୟୀ ନୀଳ ମାଧବ ବେହେରା, ଶୁଭାଶିଷ ମିଶ୍ର, ଭଗବାନ ପଣ୍ଡା, ନାରାୟଣ ଦଳପତି, ରଂଜିତ ଚୌଧୁରୀ, ପ୍ରମୋଦ ଦଣ୍ଡସେନା ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ସେହିପରି ଏନ. ଏ. ସି ର ସମସ୍ତ ଅଧିକାରୀ ସଫେଇ କର୍ମଚାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ l
Discover more from odia.bnslive.in
Subscribe to get the latest posts sent to your email.