କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବପରିଷଦ ତରଫରୁ ସାହିତ୍ୟ ଆସର

Creat A Revolution
           


କନ୍ଧମାଳ ( ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବପରିଷଦର ମିଳିତ ଆନୁକୁଲ୍ୟରେ କୁଇ ଭାଷା ସାହିତ୍ୟ ଆସର । ସୂଚନା ପ୍ରକାରେ ଆଜି କୁଇ ଭାଷା କୁ ସୁରକ୍ଷା ଦେବାକୁ ଦୀର୍ଘଦିନ ହେବ ରେଜିଷ୍ଟ୍ରେସନ ହୋଇ ପରିଚାଳିତ ହେଉ ଥିବା କୁଇ ଭାଷା ସାହିତ୍ୟ ସମିତି କନ୍ଧମାଳ ଓଡ଼ିଶା ଓ କୁଇ ସମାଜ ଯୁବପରିଷଦ କନ୍ଧମାଳ ତରଫରୁ ଫୁଲବାଣୀ ଅନ୍ତର୍ଗତ ସାର୍ତ୍ତାଗୁଡା ଠାରେ କୁଈ ଭାଷା ସାହିତ୍ୟ ଆସର ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶ୍ରୀରାଘବ ମଲିକ ଯୋଗଦେଇ ଥିଲେ । କୁଈ ଭାଷା ସଂସ୍କୃତି ପରମ୍ପରା କିିପରି ବଜାୟ ରହିବ ତାହା ଆଲୋଚନା କରାଯାଇଥିଲା ବେଳେ ବିଭିନ୍ନ ବିଷୟରେ ସଚେତନ କରାଯାଇ କବିତା ପଠନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

ଏଥିରେ କୁଇ ଭାଷା ସାହିତ୍ୟ ସମିତି ସଭାପତି ସଭାପତି ଶ୍ରୀ ଦୀନବନ୍ଧୁ କହଁର, ସାଧାରଣ ସମ୍ପାଦକ ଡଃ ନିରଦଚନ୍ଦ୍ର କହଁର, ସହ ସମ୍ପାଦକ ଗଣପତି ମଲିକ ,ଦନରା ପ୍ରଧାନ,କୁଇ ସମାଜ ସେବା ସମିତି ସଭାପତି ସୁଦର୍ଶନ କହଁର , କୁଇ ସମାଜ ଯୁବପରିଷଦ କନ୍ଧମାଳ ଉପସଭାପତି ମଙ୍ଗରାଜ ପ୍ରଧାନ ସହ କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର ସମେତ ଅର୍ଜୁନ କହଁର, ଏସିଆ କହଁର,ଉତ୍ତମ କହଁର, ବିଷ୍ଣୁ ଚରଣ ମଳିକ ଏବଂ ବହୁ କବି ସମାଜ ପ୍ରେମୀ ଭାଷା ପ୍ରେମୀ ଉପସ୍ଥିତ ଥିଲେ । ସମୁଦାୟ ୫୦ ଜଣ କୁଇ କବି ନିଜର ସ୍ବରଚିତ କବିତା ପଠନ କରିଥିଲେ । ଗ୍ରୁପ୍ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଶେଷରେ କୁଇଦିନା ନାମକ ପତ୍ରିକା ଉନ୍ମୋଚନ କରାଯାଇ ସମସ୍ତ କୁଈକବି ଓ ସାଂସ୍କୃତିକ ସଦସ୍ୟ ସଦସ୍ୟା ମାନଙ୍କୁ ଅତିଥି ଏବଂ ସଂଗଠନର କର୍ମ କର୍ତ୍ତା ଙ୍କ ହସ୍ତରେ ପ୍ରମାଣ ପତ୍ର ସହ ସମ୍ମାନୀତ କରାଯାଇଥିଲା


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading