କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଠାରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ଶ୍ରୀ ଅର୍ନ୍ନ ଅଗ୍ରଗାମୀ ଅଭିଯାନ ପକ୍ଷରୁ ଦୁଇ ଦିନିଆ ମାଣ୍ଡିଆ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ସହକାରୀ କୃଷି ଅଧିକାରୀ ଟିକେଶ୍ୱର ବିଷୋୟୀ ଅଧ୍ୟକ୍ଷତା କରିଥିଲେ । ତଦ୍ ସହିତ ମାଣ୍ଡିଆ ଖାଦ୍ୟ ର ଉପାଦେୟତା ବିଷୟରେ ମାଁ ମାନଙ୍କୁ ମାଣ୍ଡିଆ ଚାଷ କୁ କିପରି ଜୈବିକ ଉପାୟରେ ଚାଷ କରିଯିବ ସେହି ପ୍ରଣାଳୀ ବିଷୟରେ ଅବଗତ କରିଥିବା ବେଳେ ନୂଆପଦର ସହକାରୀ କୃଷି ଅଧିକାରୀ ଆଶୁତୋଷ ସାହୁ ଜୈବିକ ଚାଷ ଯଥା ହାଣ୍ଡିଖତ କିପରି ପ୍ରସ୍ତୁତି କରିବା ତାହା ଉପରେ ପ୍ରାକକ୍ଟିକାଲ ମାଧ୍ୟ୍ୟମରେ ମହିଳା ମାନଙ୍କୁ ଦେଖାଇଥିଲେ । ଅତିରିକ୍ତ ବ୍ଲକ ପ୍ରୋଗ୍ରାମ କୋଡିନେଟର ଶ୍ରୀ ସୂର୍ଯ୍ୟକାନ୍ତ ପରିଡା ମାଣ୍ଡିଆ ଚାଷ କରି କିଭଳି ମାଁ ମାନଙ୍କୁ ନିଜର ଆର୍ଥିକ ଅଭିବୃଦ୍ଧି ର ବିକାଶ କରିପାରିବେ ସେହି ବିଷୟରେ ଆଲୋଚନା କରିଥିଲେ । ତାଲିମ ଶିବିର ରେ ସାମ୍ବାଦିକ ବାଳକୃଷ୍ଣ କହ୍ନଁର ଉପସ୍ଥିତ ରହିଥିବା ବେଳେ ବରୁଣ କହ୍ନଁର ସହଯୋଗ କରିଥିଲେ ।
ଶ୍ରୀ ଅର୍ନ୍ନ ଅଗ୍ରଗାମୀ ଅଭିଯାନ ସଂସ୍ଥା ପକ୍ଷରୁ ଦୁଇ ଦିନିଆ ତାଲିମ ଶିବିର
Creat A Revolution