କନ୍ଧମାଳରେ ସମନ୍ୱିତ କୃଷୀ ମାଧ୍ୟମରେ ଚାଷୀ ଲକ୍ଷପତୀ ହେବାରେ ସମ୍ଭାବନା

Creat A Revolution


କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ଓ ଆତ୍ମା, କନ୍ଧମାଳ ର ମିଳିତ ଆନୁକୁଲ୍ୟ ରେ ରାଇକିଆ ବ୍ଲକ ରେ ସମନ୍ୱିତ କୃଷୀ ୨୦୨୨ ମସିହା ରୁ କାର୍ଯ୍ୟକାରି ହୋଇଆସୁଛି । ଏହି କାର୍ଯ୍ୟକ୍ରମରେ ଚାଷୀ ମାନଙ୍କୁ ଛେଳି, କୁକୁଡା ଓ ମାଛ ଚାଷ ସହିତ ଦେଶୀ କୁକୁଡା ଉତ୍ପାଦନ କେନ୍ଦ୍ର, ମାଛ ଖାଦ୍ୟ ପ୍ରସ୍ତୁତି, ଜୈବିକ ସାର ଉତ୍ପାନ କେନ୍ଦ୍ର, ବିଭିନ୍ନ ଦେଶୀ ଧାନ, ଡାଲି, ତୈଳ ବୀଜ ଚାଷ ପାଖା ପାଖି ସାତ ହଜାର ଚାଷୀ ଙ୍କୁ ୧୦ ଗୋଟି ପଂଚାୟତରେ ରାଇକିଆ ବ୍ଲକ ରେ ଦିର୍ଘ ୩ ବର୍ଷ ହେଲା ଆତ୍ମା, କନ୍ଧମାଳ ସହଯୋଗ ରେ ସହାୟତା ପ୍ରଦାନ କରାଯାଇ ଆସୁଅଛି ।

ଏହି ପ୍ରକଳ୍ପ ମାଧ୍ୟମରେ ଦେଶୀ ଚାଷ କୁ କିପରି ଜୈବିକ ଓ ସମନ୍ୱିତ ପ୍ରଣାଳି କରି ଚାଷୀ ବର୍ଷ କୁ ଏକ ଲକ୍ଷ ରୁ ଉର୍ଦ୍ଧ ରୋଜଗାର କରିପାରିବାର ସୁଯୋଗ ସୃଷ୍ଟି ହେବ ସେହି ପରିପ୍ରେଖି ରେ ସ୍ୱାତୀ କାମ କରିଆସୁଛି । ଉନ୍ନତ ପ୍ରଣାଳୀ ଯଥା ଟ୍ରେଲିସ ( ଆଧୁନିକ ପ୍ରଣାଳି ରଞ୍ଜା) ମାଧ୍ୟମରେ ଲଟା ଯାତୀୟ ପନିପରିବା ସହିତ ମିଶ୍ରିତ ଚାଷ କରି ପାଖା ପାଖି ଟ.୬୦୦୦୦-ଟ.୭୦୦୦୦ ପର୍ଯ୍ୟନ୍ତ ଅର୍ଥ ଗତ ବର୍ଷରେ ରୋଜଗାର କରିପାରିଛନ୍ତି ।

ଏହି କାର୍ଯ୍ୟକ୍ରମର ପ୍ରଭାବ କୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ରୁ କୃଷି ଅଧିକାରୀ ହିମାନ୍ସୁ ସେଖର ମିଶ୍ର, ଯୁଗ୍ମ ନିଦେ୍ର୍ଦଶକ, ସାରଦା ପ୍ରସନ କର, ସହକାରୀ ନିଦେ୍ର୍ଦଶକ , ଓାସନ ପ୍ରତିନିଧୀ ଗଣେଷ ଦିକ୍ଷିତ ପ୍ରଭୁତ ସୁଗଡବାଡି ଓ ଗୁମାମାହା ପଂଚାୟତ ରେ କ୍ଷେତ୍ର ପରିଭ୍ରମଣ କରି ହିତାଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ । ଦିବାରି ଗ୍ରାମର ଜଣେ ସଫଳ ଚାଷୀ ବିନୟ ପ୍ରଧାନ ଦେଶୀ କୁକୁଡା, ଛେଳୀ ଓ ଟ୍ରେଲିସ ପ୍ରଣାଳୀ ରେ ପରିବା ଚାଷ କରି ଏହି ବର୍ଷ ଟ.୭୦୦୦୦ ରୁ ଉର୍ଦ୍ଧ ରୋଜଗାର କରିପାରୁଛନ୍ତି, ସେ ଗତ ୨-୩ ବର୍ଷ ପୂର୍ବରୁ କେରଳ ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥିଲା, ଏହି ଯୋଜନା ମାଧ୍ୟମରେ ନିଜ ଘର ପାଖରେ ରହି ରୋଜଗାରଖ୍ୟମ ହୋଇପାରିଛନ୍ତି । ସେହିପରି ଟ୍ରେଲିସ ( ଆଧୁନିକ ପ୍ରଣାଳି ରଞ୍ଜା) ମାଧ୍ୟମରେ ଚନ୍ଦ୍ରସେଖର ପ୍ରଧାନ ଲାମ୍ବଡିକିଆ ଗ୍ରାମରେ ପନିପରିବା ଚାଷ କରିପାରିବା ସହିତ ଲୋକମାନେ ଗଛ ନକାଟି ଏହି ପ୍ରଣାଳୀ ଆପଣେଇ ଜଙ୍ଗଲ ସୁରକ୍ଷା କରିପାରୁଛନ୍ତି ବୋଲି ଯୁଗ୍ମ ନିଦେ୍ର୍ଦଶକ ଆଲୋଚନା ସମୟରେ ଅନୁଧ୍ୟାନ କରି କହିଥିଲେ । ଜଣେ ଉଦୈାଗି ମହିଳା ଚାଷୀ ରେଣୁ ମଲ୍ଲିକ ଦେଶି କୁକୁଡା ଛୁଆ ଉତ୍ପାଦନ କରି ଗତ ବର୍ଷ ୧ ଲକ୍ଷ ପର୍ଯନ୍ତ ଅର୍ଥ ରୋଜଗାର କରିପାରିଛନ୍ତି ।

ଏହି କାର୍ଯ୍ୟକ୍ରମ କୁ ପୁନରାଏ ଆଉ ଦୁଇବର୍ଷ ବଢିବା ପାଇଁ ସ୍ୱାତୀ ର ସଂପାଦକ ଇଂ ହରିଶଙ୍କର ରାଉତ ଯୁଗ୍ମ ନିଦେ୍ର୍ଦଶକ ଙ୍କ ପାଖରେ ଅନୁରୋଧ ରଖିଥିଲେ, ଯାହା ମାଧ୍ୟମରେ ଲୋକମାନ ଙ୍କ ଚାଷ ଅଭ୍ୟାସ କୁ ସୁଧୃଢିକରଣ ସହିତ ଉପଯୁକ୍ତ ଉପାୟରେ ପକଲ୍ପ ତାହାର କାର୍ଯ୍ୟ ସମାପନ କରିବ । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷିଅଧିକାରୀ ସଚିନ୍ଦ୍ର କୁମାର ସେଠି, ସୁକଦେବ ନାୟକ, ଚିରନଜିବ ମିଶ୍ର, ଆଶିଶ ନାୟକ, ପଂଚାନନ ନାୟକ ହିତାଧିକାରୀ ଙ୍କ ସହିତ ଆଲୋଚନା ରଖିଥିଲେ । ସଂପୁର୍ଣ୍ଣ ପରିଭ୍ରମଣ କୁ ସ୍ୱାତୀ ର ପ୍ରକଳ୍ପ ସଂଯୋଜିକା ମିନାକ୍ଷି ଦାସ ଓ ଅନ୍ୟ ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ ସଂଯୋଜନା କରିଥିବା ସ୍ଥଳେ ହୃଷିକେସ ଆମାୟତ, ଯୋସବନ୍ତ ପ୍ରଧାନ ସହଯୋଗ କରିଥିଲେ । ସମନ୍ୱିତ କୃଷି ପ୍ରକଳ୍ପ ମାଧ୍ୟମରେ ଜୈବିକ ଚାଷ, ଦେଶୀ ଚାଷ ଓ ଆର୍ଥିକ ଲାଭବାନ ହେବା ସହିତ ଆମ ପ୍ରଧାନ ମନ୍ତ୍ରୀ ଙ୍କ ସ୍ୱପ୍ନ ଲକ୍ଷ ପତୀ ଚାଷୀ ର ସମ୍ଭାର କନ୍ଧମାଳ ରେ ସୃଷ୍ଟି କରିପାରିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!