ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଛାପଡା ରେ ବାର୍ଷିକ କ୍ରୀଡା ଓ ବାର୍ଷିକ ମହୋତ୍ସବ ଅନୁଷ୍ଠିତ

Creat A Revolution
           

କନ୍ଧମାଳ ( ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ କ୍ରୀଡା ଓ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଛି l ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଯୋଗ ଦେଇ ଧୂପ ଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଲାଗୁଡା ପଞ୍ଚାୟତ ସରପଞ୍ଚ ରୋହିତ କହଁର, ଗୋଚ୍ଛାପଡା ସରପଞ୍ଚ ଯୁଗାନ୍ତ କହଁର, କୁଏର ମାଣ୍ଡୁ ପଞ୍ଚାୟତ ସରପଞ୍ଚ ମାଧବ କହଁର, କ୍ରାଣ୍ଡିବାଲି ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କହଁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନେଡିପଦର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫିରିଙ୍ଗିଆର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସିଂ, ଦାମୀଙ୍ଗିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପର୍ଶୁରାମ କହଁର, ବସ୍ତିଙ୍ଗିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବି ନାରାୟଣ ମହାନ୍ତି,ବିଦ୍ୟାଳୟ ର ସଭାପତି ଗୋକୁଳ ଚନ୍ଦ୍ର କହଁର ଯୋଗ ଦେଇଥିଲେ l

ଉପସ୍ଥିତ ଅତିଥି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା, ଶିକ୍ଷା, ସମୟାନୁ ବର୍ତ୍ତିତା ସହ ନିଜକୁ ଜଣେ ଭଲ ମଣିଷଟିଏ ଗଢି ତୋଳିବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ l ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟର ବିଭିନ୍ନ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟ ର ଶିକ୍ଷକ କରୁଣାକର ଜାନୀ, ସୁଷମା ମହାନ୍ତି, ସନ୍ଧ୍ୟାରାଣୀ ହୋତା, ସନ୍ଧ୍ୟାରାଣୀ ଭଞ୍ଜ, ଶୁଭଶ୍ରୀ ପଣ୍ଡା, କ୍ରୀଡା ଶିକ୍ଷକ ସତ୍ୟ ନାରାୟଣ ମୁଖି ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ତପନ କୁମାର ସାହୁ କାର୍ଯ୍ୟକ୍ରମ ଅବସରରେ ମଞ୍ଚ ପରିଚାଳନା କରିଥିଲେ l କନ୍ଧମାଳ ଜିଲ୍ଲାରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading