କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) – ଜାତୀୟ ଏ.ଡ୍.ସ୍. ନିୟନ୍ତ୍ରଣ ଅନୁଷ୍ଠାନ ଙ୍କ ଆକଳନ ଅନୁଯାୟୀ ଏଚ୍.ଆଇ.ଭି. ସଂକ୍ରମଣ କୁ କମାଇବାକୁ ହେଲେ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ବଢାଇବାର ଆବଶ୍ୟକତା ରହିଛି । ଏଥିପାଇଁ ସ୍ୱେଚ୍ଛାସେବି ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କନ୍ଧମାଳ ଙ୍କ ମିଳିତ ସହଯୋଗରେ ଏବଂ ଓଡିଶା ରାଜ୍ୟ ଏ.ଡ୍.ସ୍. ନିୟନ୍ତ୍ରଣ ସମିତି, ଭୂବନେଶ୍ୱର ଙ୍କ ସହାୟତାରେ ଜିଲ୍ଲା ବ୍ୟାପି ଅଟୋ ବ୍ରାଣ୍ଡିଂ ମାଧ୍ୟମରେ ଏ.ଡ୍.ସ୍. ସଚେତନତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟେଶ୍ୟ ହେଉଛି ଅପହଂଚ ଗ୍ରମାଂଚଳ ରେ ଏଚ୍.ଆଇ.ଭି. ସଂକ୍ରମଣ ର ମାଧ୍ୟମ ଗୁଡିକୁ ଜନସାଧାରଣ ଙ୍କୁ ଜଣାଇବା ଓ ସଂକ୍ରମିତ ବ୍ୟକ୍ତି ଙ୍କର ଚିକିତ୍ସା ବ୍ୟବସ୍ଥା ବିଷୟରେ ସୂଚନା ଦେବା ।
କାର୍ଯ୍ୟକ୍ରମ ଗୁଡିକ ରେ ଏଚ୍.ଆଇ.ଭି. / ଏ.ଡ୍.ସ୍. ସୁପରଭାଇଜର ଦେବାଶିଶ ମିଶ୍ର ଓ ସ୍ୱାତୀ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ବିଶ୍ୱରଞନ କର ଯୋଗଦେଇ ସଂକ୍ରମଣ ର ବିଭିନ୍ନ ମାଧ୍ୟମ ଏବଂ ତାର ସତର୍କତା ବିଷୟରେ ମାଇକ୍ ଦ୍ୱାରା ପ୍ରଚାର କରି ଜଣାଇବା ସହ ଶ୍ରୀ ମିଶ୍ର ଙ୍କ ଦ୍ୱାରା ରଚନା ଓ କଣ୍ଠଦାନ ର ସଚେତନାତ୍ମକ ଗୀତ ଶୁଣାଇ ରୋଗ ବିଷୟରେ ବିଭିନ୍ନ ବାର୍ତା ଦିଆଯାଇଥିଲା । ବିଶେଶ ପ୍ରଚାର ଅଭିଜାନ ର ଅଂଶସ୍ୱରୂପ ବିଭିନ୍ନ ସ୍ଥାନରେ ସାମୁହିକ ରକ୍ତ ପରିକ୍ଷା ଶିବିର କରାଯାଇ ଏଚ୍.ଆଇ.ଭି. ସହିତ ହେପାଟାଇଟିସ୍ ବି ଓ ସି ଭୁତାଣୁ ପରିକ୍ଷା କରାଯାଇ ସଇକ୍ରମିତ ବ୍ୟକ୍ତି ଙ୍କୁ ଚିହ୍ନଟ କରାଯାଇଥିଲା । ପରାମର୍ଶଦାତ୍ରୀ ସ୍ନେହଲତା ନାୟକ କ୍ୟାମ୍ପ କୁ ପରିଚାଳନା କରିଥିବା ବେଳେ ଜିଲ୍ଲା ରେ କାର୍ଯ୍ୟକ୍ରମ କୁ ସମସ୍ତ ଅପହଂଚ ଅଂଚଳରେ ପହଂଚାଇ ଅଧିକରୁ ଅଧିକ ସଚେତନତା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ କହିଛନ୍ତି । ବିଭିନ୍ନ ସ୍ଥାନରେ କିନ୍ନର ବିଷ୍ଣୁପ୍ରିୟା ପ୍ରଧାନ, କର୍ମୀ ସୀତା ରଣା, ଦିତିକା ପ୍ରଧାନ, ଅଞନା ବେହେରା ଓ ଏଲ୍କେନା ନାୟକ କାର୍ଯ୍ୟକ୍ରମ ଗୁଡିକୁ ଆୟୋଜନ ରେ ସହଯୋଗ କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.