ମାଁ ସୁନା ପ୍ରତିମା ଓ ମାଁ କଳାବାନ୍ଦ୍ରୀ ପୂଜା ଉପଲକ୍ଷେ ପୌରାଣିକ ନାଟକ

Creat A Revolution


କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – ଓଡ଼ିଶାରେ ବାରମାସରେ ତେର ପର୍ବ ସେଥି ମଧ୍ୟରୁ ଆଦିବାସୀ କୁଇ ପୂଜା ପଦ୍ଧତି ଓ ପରମ୍ପରା ଏକ ନିଆରା ସେମାନେ ପ୍ରକୃତି ପୂଜକ ଧରିତ୍ରୀ, ପାଣି ପ୍ରକୃତିକୁ ଭଲ ପାଆନ୍ତି ଆଦିବାସୀ ମାନେ ତେଣୁ ସେମାନେ ମାଟି ପୂଜା ,ପର୍ବତ ପୂଜା,ଟାଣାପେନୁ,ସରୁପେନୁ ପରି ବହୁତ ଦେବା ଦେବୀଙ୍କ ପୂଜା କରିଥାନ୍ତି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଖଜୁରୀ ପଡା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତର ଝାମ୍ପି , ଲମ୍ବା ବାଡି ଠାରେ ମାଁ ସୁନା ପ୍ରତିମା ଦେବୀ ଝାମ୍ପି ଓ ମାଁ କଳାବାନ୍ଦ୍ରୀ ଦେବୀ ଲମ୍ବା ବାଡିରେ ଠାରେ ପୂଜା କରାଯାଇଥିଲା । ଏହି ପୂଜା ଉପଲକ୍ଷେ ଉଭୟ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଉଭୟ ଗ୍ରାମରେ ଗୁରୁବାର ଦିନ ମାଁଙ୍କ ପୀଠରେ ପୂଜା କରାଯାଇଥିଲା । ଭକ୍ତ ମାନେ ମାଁଙ୍କୁ ଦର୍ଶନ କରିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଭିଡ ହୋଇ ମାଁ ଦର୍ଶନ କରି ଥିଲେ । ତା’ପରେ ଶୁକ୍ରବାର ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଜୁରୀ ପଡା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ , ପୂର୍ବତନ ଖଜୁରୀ ପଡା ବିଜେପି ମଣ୍ଡଳ ସଭାପତି ଦଶରଥ ସାହୁ , ବିଜେପି କର୍ମୀ ରୋହିତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଝାମ୍ପି ଗ୍ରାମରେ ପୈାରାଣିକ ନାଟକ “ରାବଣ ଜନ୍ମ ” ମଞ୍ଚସ୍ଥ ହୋଇ ଥିବା ବେଳେ ଲମ୍ବା ବାଡି ଗ୍ରାମରେ ଯାତ୍ରା ଶ୍ରୀ କୃଷ୍ଣ ଲମ୍ବାବାଡି ତରଫରୁ ” ଦାନବର ବଳିଦାନ ବା କୃଷ୍ଣ ମେଧ ଯଜ୍ଞ ” ନାଟକ ପରିବେଷଣ କରାଯାଇଥିଲା । ଏଥିରେ ଅଞ୍ଚଳର ଲୋକମାନେ ନାଟକ ଗୁଡ଼ିକୁ ମନଭରି ଉପଭୋଗ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!