ଫୁଲବାଣୀ ଜଗନ୍ନାଥ ମନ୍ଦିରରେ କଳାକନା ବୁଲାଇଲେ

Creat A Revolution
           

ଗଞ୍ଜାମ ପରେ କନ୍ଧମାଳରେ ମନ୍ଦିରକୁ ଟାର୍ଗେଟ୍


ଲକ୍ଷାଧିକ ଟଙ୍କା ସହ ତିନି ଠାକୁରଙ୍କ ସୁନାଚିତା ନେଇଗଲେ

ଫୁଲବାଣୀ -: ଗତବର୍ଷ ନଭେମ୍ବର ମାସରୁ ଗଞ୍ଜାମ ଜିଲ୍ଲାର ଗୋଟିଏ ପରେ  ଗୋଟିଏ ମନ୍ଦିରକୁ ଚୋର ଗ୍ୟାଙ୍ଗ୍ ଟାର୍ଗେଟ୍ କରିଆସୁଥିବା ବେଳେ ଏବେ କନ୍ଧମାଳ ଜିଲ୍ଲାର ମନ୍ଦିର ଉପରେ ସେମାନଙ୍କ ନଜର ପଡ଼ିଛି। ଜିଲ୍ଲା ସଦରମହକୁମା ଫୁଲବାଣୀ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଳାକଳା ବୁଲାଇଛନ୍ତି। ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ସମେତ ତିନି ଠାକୁରଙ୍କ ମସ୍ତକରୁ ତିନିଟି ସୁନାଚିତା ନେଇଯାଇଛନ୍ତି। ଆଜି ଭୋର୍‌ରେ ମନ୍ଦିରର ବଡ଼ପଣ୍ଡା ପୂଜା ପାଇଁ ପହଞ୍ଚିବା ବେଳେ ମୁଖ୍ୟ କବାଟର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ପରେ ଭିତରକୁ ଯାଇ ଦେଖିବା ବେଳକୁ ଦ୍ୱିତୀୟ କବାଟ ମଧ୍ୟ ଭଙ୍ଗାଯିବା ସହ ମନ୍ଦିରର ହୁଣ୍ଡି ନଥିଲା। ତିନି ଠାକୁରଙ୍କ ମସ୍ତକରେ ଲାଗିଥିବା ସୁନାଚିତା ଚୋରି ହୋଇଯାଇଥିବା ଦେଖି ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ସୂଚନା ଦେଇଥିଲେ। ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମନ୍ଦିର ପଛପଟେ ହୁଣ୍ଡି ପଡ଼ିଥିବା ବେଳେ ଏଥିରେ ଟଙ୍କା ନଥିଲା। କିଛିଦିନ ତଳେ ମନ୍ଦିରରେ ନୂତନ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ହୋଇଥିଲା। ଏଣୁ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ସୁନାଶୀର ମହାପାତ୍ର କହିଛନ୍ତି। ପୁଲିସ ତଦନ୍ତ ଜାରି ରଖିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading