ଫାଇଲେରିଆ ନିରାକରଣ ପାଇଁ ସଚେତନତା ଓ ଔଷଧ ବଣ୍ଟନ ।
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସି ପଡା ପଞ୍ଚାୟତ ପୁଡୁନି ସୁଗା ସେବାଶ୍ରମ ବିଦ୍ୟାଳୟରେ ଫାଇଲେରିଆ ନିରାକରଣ ପାଇଁ ସଚେତନତା ଓ ଔଷଧ ବଣ୍ଟନ କରାଯାଇଛି । ସୂଚନା ପ୍ରକାରେ ଆଡାସି ପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଧିନରେ ପୁଡୁନିସୁଗା ସେବାଶ୍ରମ ବିଦ୍ୟାଳୟରେ ଫାଇଲେରିଆ ନିରାକରଣ ପାଇଁ ଡିଇସି ଟାବଲେଟ ଆଉ ଆଲବେଣ୍ଡଜୋଲ ଟାବଲେଟ, କୃମି ନାଶକ ବଟିକା ଖାଇବାକୁ ଦିଆଯାଇଥିଲା ।

ଏହା ଦ୍ୱାରା ଶରୀରରେ କୃମି ନାଶ ହେବା ସହିତ ରକ୍ତହୀନତା ହେବାର ସମ୍ଭାବନା ଦୂର ହୋଇଥାଏ ବୋଲି ସଚେତନ କରାଯାଇଥିଲା । ଏଥିରେ ସି ଏଚ୍ ଓ ସାଗର ପ୍ରତୀକ,ଏନେମ ମାନସୀ ପ୍ରଧାନ, ସୋସିଆଲ୍ ମୋବିଲାଇଜର ନିରୁପମା ଦିଗାଲ ,ଆଶା ଦିଦି ସାବିତ୍ରୀ ପ୍ରଧାନ ଯୋଗଦେଇ ଥିଲେ ।
Discover more from odia.bnslive.in
Subscribe to get the latest posts sent to your email.