କୁଇ ସମାଜ ଯୁବ ପରିଷଦ କନ୍ଧମାଳର ବନ୍ଧୁ ମିଳନ ଉତ୍ସବ -୨୦୨୫ ଅନୁଷ୍ଠିତ

Creat A Revolution
           

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ0 -: କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ପଞ୍ଚାୟତ ଅଡାବାଡି ଗ୍ରାମର ଶାଳବଣ ନିକଟରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ବନ୍ଧୁ ମିଳନ -୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟି ସାଧାରଣ ସମ୍ପାଦକ ଶ୍ରୀ ଅଚ୍ୟୁତ ଯାନୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଉପସଭାପତି ଶ୍ରୀ ଭୀମସେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଘୁ. ଉଦୟଗିରି ପୂର୍ବତନ ବିଧାୟିକା ଅଜୟନ୍ତି ପ୍ରଧାନ , ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରାଘବ ମଲିକ,କୁଇ ସମାଜ ସେବା ସମିତି ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର, କୁଇ ଭାଷା ସାହିତ୍ୟ ସୁରକ୍ଷା ସମିତି ଉପସଭାପତି ଗୀତାଞ୍ଜଳୀ ଦେହୁରୀ ଯୋଗ ଦେଇଥିଲେ । ପ୍ରଥମେ ପରସ୍ପର ମଧ୍ୟରେ ନିଜ ନିଜର ପରିଚୟ ଆଦାନ ପ୍ରଦାନ କରିଥିଲେ ।

ସଂଗଠନର ମୂଳ ଲକ୍ଷ୍ୟ , ଉଦ୍ଦେଶ୍ୟ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସାଧାରଣ ସମ୍ପାଦକ ଶ୍ରୀ ଯାନୀ ଉପସ୍ଥିତ ସମାଜ ପ୍ରେମୀ ଯୁବକ ଯୁବତୀ ମାନଙ୍କୁ କହିଥିଲେ । ସଭାପତି ଦେବାଶିଷ କହଁର ସଂଗଠନର କର୍ମକର୍ତ୍ତା ମାନଙ୍କର କାର୍ଯ୍ୟକାଳ ୫ ବର୍ଷ ଶେଷ ହୋଇ ଆସୁଥିବାରୁ ଆଗାମୀ ଦିନରେ କିପରି କର୍ମ କର୍ତ୍ତା ଚୟନ କରାଯାଇ ସଂଗଠନକୁ ଅଧିକ ରୁ ଅଧିକ ସକ୍ରିୟ କରିବା ସହ ସୁଦୃଢ କରାଯିବ ତାହା ଉପରେ ମତ ପ୍ରକାଶ କରିଥିଲେ । ଏଥିରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳର ସଭାପତି ଦେବାଶିଷ କହଁର, ସମ୍ପାଦକ ଅଚ୍ୟୁତ ଯାନୀ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ଉପସଭାପତି ଆଲୋକ କହଁର, ଭୀମସେନ ପ୍ରଧାନ, ମଙ୍ଗରାଜ ପ୍ରଧାନ, ସହ ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ, ଗୈାତମ ମଲିକ , ବିଶ୍ଵମ୍ବର ପ୍ରଧାନ, କୁଇ ଯୁବ କ୍ରୀଡା ସଭାପତି ସୁଜିତ୍ କୁମାର ମଲିକ , କ୍ରୀଡା କୋଷାଧ୍ୟକ୍ଷ ନସିବ ପ୍ରଧାନ,ଖଜୁରୀ ପଡା ବ୍ଲକ କୋଡି ନେଟର ସୁବଳ ଦେହୁରୀ, ହଦଗୁଡା ଶାଖା ସମ୍ପାଦକ ଅଶୋକ କୁମାର କହଁର, ପ୍ରଶାନ୍ତ କୁମାର କହଁର, ମହେନ୍ଦ୍ର କହଁର ଏବଂ ଯୁବ ସଦସ୍ୟ ଗୋବିନ୍ଦ ପ୍ରଧାନ,ଅଜିତ କୁମାର ମଲିକ, ରଘୁନାଥ କହଁର, ପ୍ରଦୀପ କୁମାର ମଲିକ,ଭାଗିରଥି ଯାନୀ,ଅରୁପା ନନ୍ଦ କହଁର , ନକୁଳ କହଁର , ଜିତେନ୍ଦ୍ର କହଁର ସାମ୍ବାଦିକ ସମିର ପ୍ରସାଦ ଝାଙ୍କର, ଗୋଲକ ବିହାରୀ କହଁର ,ତରଣୀ ସେନ ମଲିକ ସମେତ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ଲାଇନ୍ ପଡା ବପଲମେଣ୍ଡି ସରପଞ୍ଚ ରଞ୍ଜନ କୁମାର ମଲିକ,ଗୋପାଳ କୃଷ୍ଣ କହଁର , ହରିଶଙ୍କର କହଁର ଓ ସାମ୍ବାଦିକ ବାଳକୃଷ୍ଣ କହଁର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସଭାପରିଚାଳନା ଓ ଧନ୍ୟବାଦ ଅର୍ପଣ ସହସମ୍ପାଦକ ଶ୍ରୀ ବିଶ୍ଵମ୍ବର ପ୍ରଧାନ କରି ଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading