କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲା ଫୁଲବାଣୀ ପଞ୍ଚାୟତ ସମିତିରେ ନୂତନ ବିଡିଓ ଭାବେ ସୋମ୍ୟ ରଞ୍ଜନ ପାତ୍ର ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଖଜୁରୀପଡା ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ଫୁଲବାଣୀ ବିଡିଓ ପ୍ରତୀକ ସାହୁଙ୍କ କଟକ ଜିଲ୍ଲାକୁ ବଦଳି ହେବା ପରେ କିଛି ଦିନ ହେଲା ଫିରିଙ୍ଗିଆ ବିଡ଼ିଓ ଅନୁପ ଅଭିଷେକ ବେହେରା ଫୁଲବାଣୀ ବ୍ଲକ ଦାୟିତ୍ୱ ରେ ଥିଲେ।
ଶନିବାର ନୂତନ ବିଡିଓ ଭାବେ ସୋମ୍ୟ ରଞ୍ଜନ ପାତ୍ର ଯୋଗ ଦେଇଥିବା ବେଳେ ଆଜି ଫୁଲବାଣୀ ଗ୍ରାମୀଣ ମଣ୍ଡଳ ବିଜେପି ସଭାପତି ଆଦିତ୍ୟ କହଁରଙ୍କ ନେତୃତ୍ୱରେ ଗୋଲକ ବିହାରୀ କହଁର, ଭାଗିରାମ ଦିଗାଲ, ପ୍ରକାଶ ପ୍ରଧାନ, ସିକନ ରଣା, ବିଧାୟକଙ୍କ ସ୍ୱାସ୍ଥ୍ୟ ପ୍ରତିନିଧି କରୁଣାକର ସାହୁ, ରାମ ଚନ୍ଦ୍ର କହଁରଙ୍କ ସମେତ ଅନେକ ବିଜେପି କର୍ମୀ ପ୍ରମୁଖ ସ୍ବାଗତ କରିଥିଲେ।
Discover more from odia.bnslive.in
Subscribe to get the latest posts sent to your email.