ବରଗଡ଼(ନିରଞ୍ଜନ ତ୍ରିପାଠୀ)- : ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ରେ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ପଣ୍ଡା ମହୋଦୟ ଅତିଥି ବୃନ୍ଦଙ୍କୁ ସ୍ବାଗତ ଜଣାଇ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ସଂକ୍ଷିପ୍ତରେ ଉପସ୍ଥାପନ କରି ମହାବିଦ୍ୟାଳୟର ପ୍ରମୁଖ କୃତିତ୍ୱ ଗୁଡ଼ିକୁ ଉପସ୍ଥାପନ କରିଥଲେ । ଛାତ୍ର ସଂସଦ ଉପଦେଷ୍ଟା ପ୍ରାଧ୍ୟାପକ ଖଗେଶ୍ବର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକଳାପ ତଥା ବିଭିନ୍ନ ସ୍ତରରେ ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ ବିଷୟରେ ଅବଗତ କରିଥିଲେ। ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଅଶୋକ ପୂଜାରୀ ଯୋଗଦାନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଲକ୍ଷ୍ୟ ହାସଲ କରିବା ଦିଗରେ କଠିନ ପରିଶ୍ରମ କରିବାକୁ ଉତ୍ସାହିତ କରିଥିଲେ ।
ମୁଖ୍ୟବକ୍ତା ଭାବରେ ହାସ୍ୟକବି ରସରାଜ ଅଚ୍ୟୁତ ପୁରୋହିତ ଯୋଗ ଦେଇ ନିଜସ୍ଵ ହାସ୍ୟ କବିତାଗୁଡ଼ିକୁ ଗାନ କରି ସମସ୍ତଙ୍କୁ ଆନନ୍ଦିତ କରିବା ସଙ୍ଗେସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଜ୍ଞାବଦ୍ଧ ହୋଇ ଜୀବନରେ ଆସୁଥିବା ସମସ୍ୟାବଳୀକୁ ହସିହସି ସମ୍ମୁଖୀନ କରିବାପାଇଁ ପ୍ରେରଣା ଦେଇଥିଲେ । ଏହା ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଗୁଡ଼ିକର ପ୍ରଦର୍ଶନ ପୂର୍ବକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ପରିଶେଷରେ ସାଂସ୍କୃତିକ ସଂସଦ ଉପଦେଷ୍ଟା ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜନା ଡଃ ସରୋଜ କୁମାର ନାଏକ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରମୋଦ କୁମାର ତ୍ରିପାଠୀ, ପ୍ରମୋଦ କୁମାର ପାଣିଗ୍ରାହୀ, ତାରା ପ୍ରସାଦ ଶତପଥୀ, ନବକୃଷ୍ଣ ମିଶ୍ର, ଝୁନୁ ପରିଡ଼ା, ଶର୍ମିଲା ପଣ୍ଡା ଆଦିଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Discover more from odia.bnslive.in
Subscribe to get the latest posts sent to your email.