ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କନଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଦୁର୍ବାଦଳ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ଯ ଅତିଥି ଭାବରେ ସରପଞ୍ଚ ଅଞ୍ଜଳୀ ପଧାନ , ମୁଖ୍ଯ ବକ୍ତା ଭାବରେ ଏବିଇଓ ମନୋହର ଉଟୀ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ କରି ପୁରସ୍କୃତ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ରାହାସ ବିହାରୀ ସାହୁ, ରସିକ ସାହୁ, ତୁଳାରାମ ମେହେର, ଜିତେନ୍ଦ୍ରୀୟ ସାହୁ, ନାରାୟଣ ସାହୁ, ତରଣୀସେନ ବାରିକ, ଗଣନାଥ ବାରିକଙ୍କୁ ଫୁଳ ଚନ୍ଦନ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ଯ କୁ ସି ଆର ସି ସି କେଦାରନାଥ ସାହୁ ସଂଯୋଜନା କରିଥିବା ବେଲେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଫୁଲ୍ଲ କୁମାର ପଣ୍ଡା , ପିଣ୍ଟୁ ବାରିକ ସଂଯୋଜନା କରିଥିଲେ ।

ପ୍ରଧାନଶିକ୍ଷକ ଶିଶିର ନାୟକ ଅତିଥି ପରିଚୟ ସ୍ବାଗତ ଭାଷଣ ଦେଇଥିବା ବେଲେ ଶିକ୍ଷୟିତ୍ରୀ ମମତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପରିଚାଳନା କମିଟୀର ସଦସ୍ଯ ସଦସ୍ଯା ସହଯୋଗ କରିଥିଲେ

Discover more from odia.bnslive.in
Subscribe to get the latest posts sent to your email.